ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୨୯୧ ପଜିଟିଭ୍‌ ଚିହ୍ନଟ, ୫ ମୃତ

0
162
ରାଜ୍ୟରେ ୨୪ ଘଣ୍ଟାରେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୪/୦୧) : ରାଜ୍ୟରେ ଲଗାତର ୧୦ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୨୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୧.୭୬ ପ୍ରତିଶତ ।

ଆଜି ଆଉ ୫ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ୨୪ ଘଣ୍ଟାରେ ଖୋର୍ଦ୍ଧା ରୁ ସର୍ବାଧିକ ୧ ହଜାର ୭୦୫ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ରୁ ୬୪୬ ଓ କଟକ ରୁ ୫୬୧ ନୂଆ କେସ୍‌ ଆସିଛି । ୨୪ ଘଣ୍ଟାରେ ୬୧ ହଜାର ୯୬୯ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍‌ କେସ୍‌ ରହିଛି ୮୧ ହଜାର ୭୬୫ । ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ କୁ ବୃଦ୍ଧି ପାଇଛି । ଓଡିଶା ରେ ଲଗାତାର ସଂକ୍ରମଣ ହାର ମଧ୍ୟ ବଢ଼ିବାରେ ଲାଗୁଛି ।