ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
314
ସାଧାରଣତନ୍ତ୍ର ଦିବସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା-(୨୫/୧) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଦ୍ଭାବନା ଗୃହରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ସୁଧାକର ରଇତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସକାଳ ୭.୩୦ ସମୟରେ ପ୍ରତ୍ୟେକ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ, ମହାବିଦ୍ୟାଳୟ, ବିଭିନ୍ନ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପରେ ୮ଟା ସମୟରେ ବିନିସ ପୁର ସହୀଦ ପୀଠରେ ପରେ ୯ ଘଣ୍ଟା ସମୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ବିନା ଛାତ୍ର ଛାତ୍ରୀ ବିଦ୍ୟାଳୟରେ ପତାକା ଉତ୍ତୋଳନ କରାଯିବ । ଯେଉଁଠି ପତାକା ଉତ୍ତୋଳନ କରାଯିବ ସେହି ସ୍ଥାନରେ ସମସ୍ତେ କୋବିଡ଼ ନିୟମ ଅନୁଯାୟୀ ସାମାଜିକ ଦୂରତା, ମୁଖରେ ତୁଣ୍ଡି ଲଗାଇବା, ସାନିଟାଇଜ କରିବା ପାଇଁ କୁହାଯାଇଛି । ବିପିଏମ କଳ୍ପତରୁ ବେହେରା, ଶିକ୍ଷକ ଦେବେନ୍ଦ୍ର କୁମାର ବଛା, ନାଲାଦରା ମାଧବ ରାଓ, ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗେଶ୍ୱର ଗରଡା ପ୍ରମୁଖ ଉପସ୍ଥିତ ଥିଲେ ।