ସରକାରୀ କାର୍ଯାଳୟ ରେ ଆଜି ଆଉ ପାଳନ ହେଲାନି ଦେଶର ଜାତୀୟ ପର୍ବ ସାଧାରଣତନ୍ତ୍ର ଦିବସ

0
417
ସରକାରୀ କାର୍ଯାଳୟ

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା, (୨୬/୦୧) : ଦେଶ ବ୍ୟାପି ଆଜି ଗଣତନ୍ତ୍ର ଦିବସ ପାଳନ କରିଥିବା ବେଳେ କିନ୍ତୁ ସରକାରୀ କାର୍ଯାଳୟ ରେ ଆଜି ଆଉ ପାଳନ ହେଲାନି ଦେଶ ର ଜାତୀୟ ପର୍ବ ସାଧାରଣତନ୍ତ୍ର ଦିବସ l ଵିଭଗୀୟ ସରକାରୀ କର୍ମଚାରୀ ମାନେ ତ୍ରିରଙ୍ଗା ପତକା ଉତ୍ତଳୋନ କଲେ ନାହିଁ l20269708 0265 46e1 a4ab 753d7d67b99c ସରକାରୀ କାର୍ଯାଳୟ ରେ ଆଜି ଆଉ ପାଳନ ହେଲାନି ଦେଶର ଜାତୀୟ ପର୍ବ ସାଧାରଣତନ୍ତ୍ର ଦିବସ

ଏହି ଘଟଣାଟି କୌଣସି ଉପାନ୍ତ ଅଂଚଳ ର ନୁହଁ ବ୍ଲକ ସଦର ମହକୁମା ସ୍ଥିତ ମୁଖ୍ୟ କାର୍ଯାଳୟ ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ସରକାରୀ କାର୍ଯାଳୟ ଠାରେ ଦେଖିବାକୁ ମିଳିଛି l ବୈପାରୀଗୁଡା ବ୍ଲକ ସଦର ମହକୁମା ସ୍ଥିତ ସହକାରୀ ମୃତ୍ତିକା ସଂରକ୍ଷଣ କାର୍ଯାଳୟ ତଥା ଜଳଛାୟା ପ୍ରକଳ୍ପ କାର୍ଯକାରୀ ସଂସ୍ଥା ପକ୍ଷରୁ କାର୍ଯାଳୟ ପରିସରରେ ଆଜି ଦେଶର ଜାତୀୟ ପର୍ବ ଗଣତନ୍ତ୍ର ଦିବସ ପାଳନ କରାଯାଇନାହିଁ l କାର୍ଯାଳୟରେ ଆଜି ଦିନ ତମାମ ତାଲା ଝୁଲୁଥିବା ଦେଖିବାକୁ ମିଳିଛି l40f4c2be 6180 4e33 b6ce 89e8f6a5138f ସରକାରୀ କାର୍ଯାଳୟ ରେ ଆଜି ଆଉ ପାଳନ ହେଲାନି ଦେଶର ଜାତୀୟ ପର୍ବ ସାଧାରଣତନ୍ତ୍ର ଦିବସ

ସରକାରୀ କର୍ମଚାରୀ ମାନେ ଭୁଲିଯାଇ ଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମୀଙ୍କୁ ଚିର ଦିନ ପାଇଁ ମନେ ରଖିବା ଉଦେଶ୍ୟରେ ଦେଶ ବ୍ୟାପି ଆଜି ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି ହେଲେ ଏହି ଦିନଟିକୁ ବୈପାରୀଗୁଡା ସ୍ଥିତ ସରକାରୀ ବିଭାଗର ମୃତ୍ତିକା ସଂରକ୍ଷଣ କାର୍ଯାଳୟରେ ପତାକା ଉତ୍ତଳୋନ ନ କରିବା ଘଟଣାକୁ ନେଇ ସ୍ଥାନୀୟ ବାସି ଅସନ୍ତୋଷ ପ୍ରକାଶ କରିଛନ୍ତି l