ବୈପାରୀଗୁଡା ସଦର ମହକୁମା ଠାରେ ବିଜେଡି ମିଶ୍ରଣ ପର୍ବ ଅନୁଷ୍ଠିତ : ୧୦୦୦ କର୍ମୀ ଦଳରେ ସାମିଲ

0
184

ରିପୋର୍ଟ : ଏନ. ସନ୍ତୋଷ
ବୈପାରୀଗୁଡା,(୦୯/୧୧) : ବୈପାରୀଗୁଡା ସଦର ମହକୁମା ହାଟପଦା ଠାରେ ବ୍ଲକ ସ୍ତରୀୟ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ବୈପାରୀଗୁଡା ସଦର ମହକୁମା ଠାରେ ବ୍ଲକର ଶତାଧିକ କର୍ମୀ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ବେଳେ ନୂତନ କର୍ମୀ ମାନେ ମଧ୍ୟ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଆଜି ସାମିଲ ହୋଇଛନ୍ତି l ବ୍ଲକ ବିଜେଡି ଦଳର ଆବାହକ ହେମନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ୨୦ ଟି ପଞ୍ଚାୟତର ମୋଟ ୧୦୦୦ ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ରାମଗିରି ମଣ୍ଡଳ କଂଗ୍ରେସ ପୂର୍ବତନ ସଭାପତି ସିତୁ ପଣ୍ଡା, ଦିପୁ ପଣ୍ଡା, ରଣା ସମାଜ ସଭାପତି ଗୁପ୍ତ ନାୟକ,ଲଷ୍ମଣ ନାୟକ ମଟର କର୍ମଚାରୀ ସଙ୍ଘ ସଭାପତି ଖଗପତି ଶଗରିଆ, ଗରିବ ସାଥି ସଙ୍ଘଠନ ସଭାପତି କେଦାର ଗୌରୀ ଦାଶଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିବା ଲୋକଙ୍କୁ ଦଳୀୟ ଚିହ୍ନର ଗାମୁଛା ଏବଂ ଫୁଲମାଳ ପକାଇ ସ୍ୱାଗତ କରାଯାଇଛି l ଆଖି ଆଗରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ କରାଯାଉଛି । ବ୍ଲକରେ ବିଜେଡି ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ଆଶା ରଖି ଶତାଧିକ କର୍ମୀ ଦଳରେ ଯୋଗ ଦେଇଥିବା ଜଣାପଡିଛି ।

ବ୍ଲକ ବିଜେଡି ଆବାହକ ହେମନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ଆୟାଜିତ ମିଶ୍ରଣ ପର୍ବ ର ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସମ୍ମାନିତ ଅତିଥିଭାବେ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମ ଅଧକ୍ଷ ଈଶ୍ୱର ପାଣିଗ୍ରାହୀ,କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପୋଡଲ, କୋଟପାଡ଼ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ପୋଟାଙ୍ଗୀ ନିର୍ବାଚନ ମଣ୍ଡଳୀ ପ୍ରହରୀ ରମା ରାହୁଳ, କୋରାପୁଟ ମହିଳା ମୋର୍ଚ୍ଚା ସଭାପତି ଲତା ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ଉପାଧ୍ୟକ୍ଷ ତିଲୋଚନ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, ପୂର୍ବତନ ବ୍ଲକ ସଭାପତି ବିଜୟ ସାମନ୍ତରାୟ,ସମ୍ପାଦକ ଲୋଲି ପଟ୍ଟନାୟକ, ଶୃଙ୍ଖଳା କମିଟି ସଭାପତି ବାବୁନି ମହାନ୍ତି, ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜିତ ନାୟକ, ଜିଲ୍ଲା ଯୁବ ସମ୍ପାଦକ ଆର ଦମ୍ବିକ ରାଓ, ବ୍ଲକ ଛାତ୍ର ସଭାପତି ଗୁପ୍ତ ଚାଲାଣ ସହ ଦଳର ସମସ୍ତ କର୍ମୀ ଉପସ୍ଥିତ ଥିଲେ l