୨୭୭୦ କୋଟି ଟଙ୍କାରେ ବ୍ରହ୍ମୋଶ ମିଶାଇଲ ବିକ୍ରି ନେଇ ଫିଲିଫାଇନ୍ସ ସହ ଚୁକ୍ତି କଲା ଭାରତ

0
142
୨୭୭୦ କୋଟି ଟଙ୍କାରେ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୯/୦୧) : ଫିଲିଫାଇନ୍ସ କୁ ୩୭୫ ମିଲିୟନ ଡଲାର ଅର୍ଥାତ୍ ୨୭୭୦ କୋଟି ଟଙ୍କାରେ ବ୍ରହ୍ମୋଶ ସୁପରସୋନିକ ମିଶାଇଲ ବିକ୍ରି କରିବା ନେଇ ଚୁକ୍ତି କରିଛି ଭାରତ । ଦକ୍ଷିଣ ଚୀନ ସାଗରରେ ସୀମା କୁ ନେଇ ଚୀନ ସହ ଫିଲିଫାଇନ୍ସ ର ବିବାଦ ଲାଗି ରହିଥିବା ବେଳେ ଭାରତ ଏଭଳି ଚୁକ୍ତି କରିଛି ।

୨୭୭୦ କୋଟି ଟଙ୍କାରେ ବହ୍ମୋଶ ମିଶାଇଲ ପ୍ରଦାନ ପାଇଁ ଭାରତ ର ବ୍ରହ୍ମୋଶ ଏରୋସ୍ପେସ କମ୍ପାନୀ ସହ ଫିଲିଫାଇନ୍ସ ର ନ୍ୟାସନାଲ ଡିଫେନ୍ସ ବିଭାଗ ସହ ଆଜି ଚୁକ୍ତି କରିଛି । ଏ ନେଇ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂୂଚନା ଦିଆଯାଇଛି । ବ୍ରହ୍ମୋଶ ଏରୋସ୍ପେସ କମ୍ପାନୀ ଡିଆରଡିଓ ସହ ମିଳିତ ଭାବେ କାର୍ଯ୍ୟ କରୁଛି ।

ଭାରତ ସରକାରଙ୍କ ଏହି ଚୁକ୍ତି ଡିଫେନ୍ସ ସାମ୍ରଗୀ ରପ୍ତାନି ନୀତି କୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରଥମ ଥର ପାଇଁ ୨୯୦ କିମି ପର୍ଯ୍ୟନ୍ତ ଲକ୍ଷ ଭେଦି ପାରୁଥିବା ବ୍ରହ୍ମୋଶ ମିଶାଇଲ ବିକ୍ରି ପାଇଁ ଭାରତ ଚୁକ୍ତି କରିଛି । ଭାରତ ଏବଂ ଋଷିଆ ସହ ମିଶି ମିଳିତ ଭାବେ ଏହି ମିଶାଇଲ ର ବିକାଶ କରିଛି ।

ଫିଲିଫାଇନ୍ସ ର ଉପକୂଳ ସୁରକ୍ଷା ଦିଗରେ ଏହି ମିଶାଇଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ଆଜି ଏହି ଚୁକ୍ତି ସମୟରେ ବ୍ରହ୍ମୋଶୋ ସିଇଓ ଅତୁଲ ଡି. ରାଣେ, ଡେପୁଟି ସିଇଓ ସଞ୍ଜୀବ ଜୋଶୀ, ଲେଫ୍ଟେନାଂଟ୍ କର୍ଣ୍ଣେଲ ଆର. ନେଗୀ ଏବଂ ପ୍ରବୀଣ ପାଠକ ଉପସ୍ଥିତ ଥିଲେ । ଏଥିସହ ଭାରତ ଇଣ୍ଡୋନେସିଆକୁ ମଧ୍ୟ ଏହି ମିଶାଇଲ ବିକ୍ରି ପାଇଁ ଆଲୋଚନା ଚଲାଇଛି ।

ଫିଲିଫାଇନ୍ସ ସହ ଏହି ଚୁକ୍ତି ପଡୋସୀ ଦେଶଙ୍କ ସହ ଚୀନ ର ବିସ୍ତାରବାଦୀ ନୀତି ଉପରେ ଅଙ୍କୁଶ ଲଗାଇବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ଅନ୍ୟ ପଡ଼ୋଶୀ ଦେଶମାନେ ଭାରତ ଠାରୁ ଡିଫେନ୍ସ ସାମଗ୍ରୀ କିଣିବେ ବୋଲି ଭାରତ ଆଶାବାଦୀ ଅଛି ।