ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଜିଏମୟୁ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

0
126
ଯୁକ୍ତ ୨

ରିପୋର୍ଟ : ସୁଭାସିସ ନାୟକ
ସମ୍ବଲପୁର, (୦୧/୦୨) : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଜିଏମୟୁ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ l କରୋନା ସଂକ୍ରମଣ ବଢ଼ିବା ପରେ ବିଭିିନ୍ନ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ହେଲେ ସଂକ୍ରମଣ କମ ହେବା ପରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଗତ ସପ୍ତାହରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସଙ୍କେତ ଦେଇଥିଲେ ।

ଏହି ଘୋଷଣା ପରେ ସାରା ରାଜ୍ୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଯୁକ୍ତ ୨ ଛାତ୍ରଛାତ୍ରୀ ଏକାଠି ହୋଇ ପରୀକ୍ଷା ନ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବହୁତ କମ ଦିନ ପାଠ ପଢା ହୋଇଛି । ୩୦% ସିଲାବସ୍ ସଂପୂର୍ଣ୍ଣ ହୋଇନାହିଁ । ମୋବାଇଲ୍ ନ ଥିବା ଛାତ୍ରଛାତ୍ରୀମାନେ ଏହି ଅନଲାଇନ୍ ପାଠ ମଧ୍ୟ ପଢି ନାହାନ୍ତି । ଆମର ୩ ମାସ ମଧ୍ୟରେ ୩ ଟି ତ୍ରୈମାସିକ ପରୀକ୍ଷା ମଧ୍ୟ ହୋଇଛି । ଏହି ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ରେଜଲ୍ଟ ଘୋଷଣା କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଯଦି ପରୀକ୍ଷା ବାତିଲ ନ ହୁଏ ତେବେ ଆନ୍ଦୋଳନ କରିବେ ବୋଲି କୋଶଳ ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି ।