ଆଦର୍ଶ ସରପଞ୍ଚ ନୁହେଁ ଆଦର୍ଶ ପଞ୍ଚାୟତ ଗଢ଼ି ତୋଳିବା ପାଇଁ ମୋର ଶପଥ

0
306
ଆଦର୍ଶ ସରପଞ୍ଚ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୩/୦୨) : ଆଦର୍ଶ ସରପଞ୍ଚ ନୁହେଁ ଆଦର୍ଶ ପଞ୍ଚାୟତ ଗଢ଼ି ତୋଳିବା ପାଇଁ ମୋର ଶପଥ | ଏ କଥା ଆମେ କହୁନୁ କହୁଛନ୍ତି ଚଳିତ ପଂଚାୟତ ନିର୍ବାଚନରେ ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ରୁ ସରପଞ୍ଚ ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦୀତା କରୁଥିବା ଉଚ୍ଚ ଶିକ୍ଷିତା ରଶ୍ମିତା କ୍ଷେତ୍ତି |f2f71d62 f6c0 4419 ac9c 1573ddcbb97c ଆଦର୍ଶ ସରପଞ୍ଚ ନୁହେଁ ଆଦର୍ଶ ପଞ୍ଚାୟତ ଗଢ଼ି ତୋଳିବା ପାଇଁ ମୋର ଶପଥ

ପଂଚାୟତ ର ବହୁଜନ ସମର୍ଥିତ ଏହି ଉଚ୍ଚ ଶିକ୍ଷିତା ଙ୍କ ନିଜର ସ୍ବପ୍ନ ଏକ ନିଆରା | ତାଙ୍କ ମତନୁଯାଇ ପଂଚାୟତ ବାସୀଙ୍କ ଆଶୀର୍ବାଦ, ପଂଚାୟତ ବାସୀଙ୍କ ଏକ ଏକ ଭୋଟ ମାଛ ଚି଼ହ୍ନ ରେ ଆସିବା ପରେ ପରିବର୍ତନ ହେବ ରାମଗଡ ପଂଚାୟତ | ସେ ନିଜେ ଜଣେ ଆଦର୍ଶ ସରପଞ୍ଚ ହେବା ପାଇଁ ନୁହେଁ ରାମଗଡ଼ ପଂଚାୟତ କୁ ଏକ ଆଦର୍ଶ ପଂଚାୟତରେ ଗଢ଼ିତୋଳିବା ପାଇଁ ଶପଥ ନେଇଛନ୍ତି |

ପ୍ରତି ଗାଁ କୁ ଆଦର୍ଶ ରାସ୍ତା, ଡ୍ରେନ, ଆଲୋକୀ କରଣ, ପ୍ରତି ଘରକୁ ପିଇବା ପାଣି, ରାମଗଡ ହେଡ଼ କ୍ୱାଟର ରେ କଲ୍ୟାଣୀ ମଣ୍ଡପ, ପ୍ରତି ଗାଁ ରେ ଖେଳ ପଡିଆ | ନିରବ ଛିନ୍ନ ଭାବେ ରହିଥିବା ପଂଚାୟତ ରୁ ଦୁଇଟି ଗାଁ ଉଆଁଳ ଓ଼ ବୈକୁଣ୍ଠ ପୁର କୁ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ ସ୍ୱତନ୍ତ୍ର ରାସ୍ତା ର ସଂଯୋଗୀ କରଣ ମୋରି ଲକ୍ଷ୍ୟ, SHG ମା ମାନଙ୍କ ପାଇଁ କ୍ଷୁଦ୍ର କୁଟୀର ଶିଳ୍ପ ମାଧ୍ୟମରେ ଆର୍ଥିକ ଉନ୍ନତି, କୃଷି କ୍ଷେତ୍ର ରେ ଅଗ୍ରଣୀ କରିବା |

ତେଣୁ ମୁଁ ଆଦର୍ଶ ହେବାପାଇଁ ଚାହେଁନି ରାମଗଡ ପଂଚାୟତକୁ ଆଦର୍ଶ ପଂଚାୟତରେ ଗଢ଼ିତୋଳିବା ପାଇଁ ଚାହେଁ | ତେଣୁ ରାମଗଡ଼ ପଂଚାୟତ ବାସୀଙ୍କୁ ମୋର ବିନୀତ ନିବେଦନ ମୋତେ ସରପଞ୍ଚ ପ୍ରାର୍ଥୀନୀ ଭାବେ ମାଛ ଚି଼ହ୍ନ ରେ ପଂଚାୟତ ବାସି ବିପୁଳ ସଂଖ୍ୟାରେ ମୋହର ମାରି ଜୟଯୁକ୍ତ କରନ୍ତୁ | ଏହା କହୁଛନ୍ତି ଉଚ୍ଚ ଶିକ୍ଷିତା ରଶ୍ମିତା | ଦେଖିବାକୁ ବାକିରହିଲା ନିଜର ସ୍ବପ୍ନ ଓ଼ ପଂଚାୟତ ବାସୀଙ୍କ ଆଶୀର୍ବାଦ ଏବଂ ପଂଚାୟତ ର ଉନ୍ନତି |