ମାଁ ସରସ୍ୱତୀ ଙ୍କ ପୂଜା ଅନୁଷ୍ଠିତ

0
122
ମାଁ ସରସ୍ୱତୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୫/୦୨) : ଆଜି ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ସମଗ୍ର ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନରେ ମାଁ ସରସ୍ୱତୀ ଦେଵୀ ଙ୍କୁ ପୂଜା ଅର୍ଚନା କରାଯାଇଥିଲା । କୋଭିଡ କଟକଣା ଅନୁଯାୟୀ ଏହି ପୂଜା ଅନୁଷ୍ଠିତ ହୋଇଥିଲା ।

ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ମାନେ ଆସି ମାଁ ବାଗଦେବୀ ଙ୍କୁ ପୂଜା ଅର୍ଚନା କରିଥିଲେ । ଏହି ଅବସରରେ ନୂତନ ଶିଶୁ ମାନଙ୍କର ଖଡ଼ି ଛୁଆଁଇବା ପାଈଁ ଅଭିଭାବକ ଓ ଅଭିଭାବିକା ମାନେ ଶିଶୁ ମାନଙ୍କୁ ଆଣି ବିଦ୍ୟାଳୟରେ ପୂଜା ପାଉଥିବା ମାଁ ସରସ୍ୱତୀ ଙ୍କ ନିକଟରେ ପୂଜା ଅର୍ଚନା କରି ଶିଶୁ ମାନଙ୍କୁ ଖଡ଼ି ଛୁଆଁଇଥିଲେ । ପ୍ରଥମ କରି ଶିଶୁ ସାଇ ଶିଭମ ସିଂ ଙ୍କୁ ପୁରୋହିତ ଖଡ଼ି ଛୁଆଁଇ ଥିଲେ । ସେହିପରି ହରଭଙ୍ଗା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ମାଁ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା ।