ଗୁମ୍ମା ବ୍ଲକ ଜୋନ୍ ୪ ର ସନ୍ଧ୍ୟା ରାଣୀ ଶବର ଙ୍କ ପାଇଁ ଜିଲ୍ଲା ବିଜେଡ଼ି ର ଜୋରଦାର ପ୍ରଚାର

0
123
ଗୁମ୍ମା ବ୍ଲକ ଜୋନ୍

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୨) : ଗଜପତି ଜିଲ୍ଲା ର ଗୁମ୍ମା ବ୍ଲକ କାଶୀନଗର ବ୍ଲକ କୁ ଲାଗି ରହିଛି । ଏଠାରେ ମଧ୍ୟ ଦୁଇଟି ଜିଲ୍ଲା ପରିଷଦ ଆସନ ରହିଛି । ଗୁମ୍ମା ବ୍ଲକ ଜୋନ୍ ୪ ରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ କରାଯାଇଥିବା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ସୂଚନା ଦେଇଛନ୍ତି ।

ଆଗାମୀ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ପାଇଁ ଗୁମ୍ମା ବ୍ଲକ ଜୋନ୍ ୪, କୁଜସିଙ୍ଗ ଗ୍ରାମ ପଞ୍ଚାୟତ, କୁଣ୍ଡେଇ ସିଙ୍ଗ ଓ ଅଙ୍ଗଡା ଠାରେ ବିଜେଡ଼ି ଦଳ ର ପ୍ରଚାର କାର୍ଯ୍ୟକ୍ରମ ହୋଇଥିଲା । ଏହି ପ୍ରଚାର କାର୍ଯ୍ୟକ୍ରମ ରେ ମୁଖ୍ୟ ଭାବେ ଯୁବ ନେତା ଇଂ ରୂପେଶ ପାଣିଗ୍ରାହୀ, ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପକୁମାର ନାୟକ, ଲଷ୍ମୀ ପରିଛା, ଦେବୀପ୍ରସାଦ ପଟ୍ଟନାୟକ, ତପନ ଦରା ପ୍ରମୂଖ ଉପସ୍ଥିତ ହୋଇ ବିଜେଡ଼ି ସମର୍ଥିତ ଜିଲ୍ଲା ପରିଷଦ ଯୋନ-୪ ପ୍ରାର୍ଥୀନୀ ସନ୍ଧ୍ୟା ଶବର ଙ୍କ ସହ ମିଶି ଗ୍ରାମ ଓ ସାହି ପରିକ୍ରମା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଶାସନ ଓ ଯୋଜନା କୁ ନେଇ ଲୋକମାନଙ୍କ ପାଖକୁ ଯାଇଥିଲେ ।