କାର୍ଯ୍ୟରତ ଦିବଂଗତ ସାମ୍ବାଦିକ ଙ୍କ ବିୟୋଗ ରେ କାଶୀନଗର ପ୍ରେସ କ୍ଳବ୍ ତରଫରୁ ଶୋକ ସଭା

0
142
କାର୍ଯ୍ୟରତ ଦିବଂଗତ ସାମ୍ବାଦିକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୨) : ଆଜି କାଶୀନଗର ପ୍ରେସ କ୍ଳବ୍ ଠାରେ କାର୍ଯ୍ୟରତ ଦିବଂଗତ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।

ପ୍ରେସ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶୋଭା ରେ ସଭାପତି ହୃଷୀକେଶ ଗୌଡ ଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ସଭା ରେ ଉପଦେଷ୍ଟା କବି ପ୍ରଶାନ୍ତ ମିଶ୍ର ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସବୁ ଗଣମାଧ୍ୟମ ପ୍ରତିନିଧି ରାଜେଶ୍ ପଟ୍ଟନାୟକ, ରାଜେଶ୍ ମିଶାଲ, ମନୋଜ ଚୌଧୁରୀ, ତାରିଣୀ ଅପଟ ସିମଞ୍ଚଲ ମହାରଣା, ଆନନ୍ଦ ପାତ୍ର, ଶୁଭ୍ରାଂଶୁ ପାତ୍ର ଯୋଗ ଦେଇ ଗଭୀର ସମବେଦନା ଜଣାଇଥିଲେ । କାର୍ଯ୍ୟରତ ଦିବଂଗତ ସାମ୍ବାଦିକ ଶ୍ରୀ ରୋହିତ ବିଶ୍ଵାଳ ଙ୍କ ଫୋଟ ଚିତ୍ରରେ ପୁଷ୍ପ ପ୍ରଦାନ କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ପୋଲିସ ତରଫରୁ ଶ୍ରୀ ପୁରୋହିତ, ଶଙ୍କର ରାଓ ଯୋଗ ଦେଇଥିଲେ । ଶ୍ରୀ ବିଶ୍ଵାଳ ଙ୍କୁ ସହିଦ ଘୋଷଣା ସହ ୫୦ ଲକ୍ଷ ଟଙ୍କା ର କ୍ଷତିପୂରଣ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବୀ କରାଯାଇଥିଲା ।