ବର୍ଷା ଓ ଅନୁଭବ ମାମଲା : ସଂସଦ ସ୍ପାଉସ କାର୍ଡ ଫେରାଇ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ

0
143
ବର୍ଷା ଓ ଅନୁଭବ

ରିପୋର୍ଟ : ସୁଭାସିସ ନାୟକ
କଟକ, (୦୯/୦୨) : ବର୍ଷା ଓ ଅନୁଭବ ପାରିବାରିବ ବିବାଦ ମାମଲା । ବର୍ଷାଙ୍କ ସଂସଦ ସ୍ପାଉସ କାର୍ଡ ଫେରାଇ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲା କୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

ବର୍ଷାଙ୍କୁ ମିଳିଥିବା ସ୍ପାଉସ କାର୍ଡକୁ ଫେରାଇବା ପାଇଁ ପାର୍ଲାମେଂଟ ସଚିବ ନିର୍ଦ୍ଦେଶ ଦେଇଥିଲେ । ସ୍ପାଉସ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲାମେଂଟ ସଚିବ ଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ବର୍ଷା ଓ ଅନୁଭବ ବୈବାହିକ ବିବାଦ କୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମ କୁ ଦେଉଥିବା ପ୍ରତିକ୍ରିୟା ଉପରେ ଲଗାମ ପାଇଁ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲା ର ପରବର୍ତ୍ତୀ ଶୁଣାଣୀ ହେବ ।