ସିଲେଇ ତାଲିମ ଦେବା ନାଁରେ ସାତ ଜଣ ଯୁବତୀଙ୍କୁ ଅଟକ ରଖିଥିବା ଅଭିଯୋଗ ଆଣିଲେ ଅଭିଭାବକ

0
142
ସିଲେଇ ତାଲିମ

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରିଗୁଡା, (୧୦/୦୨) : ସିଲେଇ ତାଲିମ ଦେବା ନାଁରେ ସାତଜଣ ଆଦିବାସୀ ଯୁବତୀଙ୍କୁ କଟକ ଠାରେ ଅଟକ ରଖିଥିବା ଅଭିଯୋଗ ଆଣିଲେ ଅଭିଭାବକ । ପିଲାଙ୍କୁ ଘରକୁ ଫେରାଇବା ନିମନ୍ତେ ବିଡ଼ିଓଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିଭାବକ ମାନେ l

ଏହି ଘଟଣାଟି ବୈପାରିଗୁଡା ପଞ୍ଚାୟତ ସମିତି କାର୍ଯାଳୟ ଠାରେ ଦେଖିବକୁ ମିଳିଛି l ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା ମାଧ୍ୟମରେ ଦକ୍ଷତା ତାଲିମ ଶିବିର ଆୟୋଜନ କରାଯାଇଛି । ଏଥିପାଇଁ ଆସମାସ ନାମକ ଏକ ସଂସ୍ଥାକୁ ତାଲିମ ଦାୟିତ୍ୱ ଦିଆଯାଇଛି l ସେହି ସଂସ୍ଥା ଗ୍ରାମଞ୍ଚଳ ର ବିଭିନ୍ନ ପଞ୍ଚାୟତ ର ବେକାର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ତାଲିମ ଦେବାର ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷୀରେ ଗତ ଜାନୁୟାରୀ ମାସରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦିକୁଣ୍ଡ ପଞ୍ଚାୟତ ର ଗୟଳକୁଣ୍ଡ ଗ୍ରାମ ର ସାତ ଜଣ ଆଦିବାସୀ ଯୁବତୀଙ୍କୁ ଏହି ସଂସ୍ଥା ମଧ୍ୟମରେ ସିଲେଇ ତାଲିମ ଦେବାର ପ୍ରତିଶୃତି ଦେଇ କଟକ ନେଇଯାଇଛି ।

ହେଲେ ସେ ଝିଅଙ୍କ ପାଇଁ ତାଲିମ ର କୈାଣସି ବ୍ୟବସ୍ଥା କରାଯାଇ ନ ଥିବା ନେଇ ଝିଅ ମାନେ ନିଜ ନିଜ ଅଭିଭାବକ ମାନଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଏପରିକି ସେମାନଙ୍କୁ ବାହାରକୁ ଛଡ଼ା ଯାଉ ନ ଥିବା ସହ ଏକ ପ୍ରକାର ଗୃହବନ୍ଦୀ ଅବସ୍ଥାରେ ରଖାଯାଇଥିବା ସେମାନେ କାନ୍ଦି କାନ୍ଦି ଜଣାଇଥିଲେ l

ଏହାପରେ ଅଭିଭାବକ ମାନେ ବୈପାରୀଗୁଡା ପଞ୍ଚାୟତ ସମିତି କାର୍ଯାଳୟ ଠାରେ ପହଞ୍ଚି କଟକରେ ଥିବା ପିଲାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବିଡ଼ିଓଙ୍କୁ ନିବେଦନ କରିଛନ୍ତି l ଅଭିଯୋଗ ପରେ ପିଲାଙ୍କୁ ଫେରାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଅଭିଵାଭକ ଙ୍କୁ ପ୍ରତିଶୃତି ଦିଆଯାଇଛି ଜଣା ପଡିଛି l