ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ବାଲ୍ୟବିବାହ ବନ୍ଦ

0
164
ବୌଦ୍ଧ ଜିଲ୍ଲା ପ୍ରଶାସନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୦୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କୁମାରୀ ଗ୍ରାମରେ ଆସନ୍ତା ୧୧/୦୨/୨୨ ରେ ଆୟୋଜିତ ହେବାକୁ ଥିବା ଏକ ବାଲ୍ୟ ବିବାହ କୁ ଆଜି ବନ୍ଦ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ l

ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ଜିଲ୍ଲା ପ୍ରଶାସନ ଯଥା ହରଭଙ୍ଗା ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀଣୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ନିରୁପମା ପାଣି, ପରିଦର୍ଶିକା ଦୀପ୍ତି ପାତ୍ର, ସଂଯୋଜିକା ଚାଇଲଡ ଲାଇନ ବବିନା ନାଏକ, ହରଭଙ୍ଗା ପୋଲିସ ଅଧିକାରୀ ଏବଂ ଚାଇଲଡ ଲାଇନ ସଦସ୍ୟ ମାନେ ଗ୍ରାମରେ ପହଞ୍ଚି ବୁଝା ସୁଝା କରିଥିଲେ l ବାଲ୍ୟ ବିବାହ ର ପରିଣାମ ଗୁଡିକୁ ମଧ୍ୟ ବୁଝାଇଥିଲେ l

ଏହା ପରେ ପିତାମାତା ରାଜି ହୋଇଥିଲେ l ଝିଅ ଟିକୁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ଦେବେନି ବୋଲି ଏକ ଲିଖିତ ଆକାରରେ ଦେଇଥିଲେ l ପରେ ଶିଶୁ ମଙ୍ଗଳ ସମିତିରେ ଝିଅ କୁ ହାଜର କରାଇଥିଲେ l