ବିଷମ କଟକ ବ୍ଳକରେ ତିନି ପ୍ରମୁଖ ଦଳ ର ନିର୍ବାଚନ ପ୍ରଚାର

0
164
ବିଷମ କଟକ ବ୍ଳକରେ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, (୯/୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାୟଗଡା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ର ସ୍ଥାନୀୟ ବ୍ଲକରେ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ବିଷମ କଟକ ବ୍ଳକରେ ତିନି ପ୍ରମୁଖ ଦଳ ର ନେତାମାନେ ଭୋଟରଙ୍କୁ ମନ କିଣିବା ପାଇଁ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି ।WhatsApp Image 2022 02 10 at 11.09.55 AM 1 ବିଷମ କଟକ ବ୍ଳକରେ ତିନି ପ୍ରମୁଖ ଦଳ ର ନିର୍ବାଚନ ପ୍ରଚାର

ବିଷମ କଟକ ବ୍ଳକରେ “କ” ଯୋନ ଜିଲ୍ଲା ପରିଷଦ ପାଇଁ ୪ ଜଣ ପାର୍ଥିତ୍ୱ କରୁଛନ୍ତି । ଏପଟେ ଦୁର୍ଗମ ଅଞ୍ଚଳ ଗୁଡିକରେ ମୋବାଇଲ ସେବା ନ ଥିବାରୁ ଡିଜିଟାଲ ପ୍ରଚାରରେ ବାଧା ଦେଖା ଦେଇଥିବା ବେଳେ ଅନେକ ଗାଁ ଲୋକେ ଏବେ ନେଟୱାର୍କ ଲାଗି ହଇରାଣ ହେବାରେ ଅଭିଯୋଗ ହୋଇଛି । ହେଲେବି ସାପ୍ତାହିକ ହାଟ ଚାଟିକଣା ଠାରେ ପ୍ରଚାର ବାତାବରଣ ଉଷ୍ଣ ହେବାରେ ଲାଗିଛି ରାଜନୀତି

ଚଳିତ ନିର୍ବାଚନ ରେ ବିଜେଡି ର ସୁଜାତା କାଡ୍ରାକା ପ୍ରାର୍ଥୀ ହୋଇଥିବା ବେଳେ, କଂଗ୍ରେସ ର ଗୀତା କୃଷିକା, ବିଜେପି ର ରିତା ହିକୋକା, ବିଏସପି ର କୁନି ଯାକେସିକା ପ୍ରମୁଖ ଏହି ଚାରି ଜଣ ବିଭିନ୍ନ ଦଳର ଦଳୀୟ ମହିଳା ପ୍ରାର୍ଥୀ ନିଜ ନିଜ ଦଳ ଉନ୍ନତି କରିବା ପାଇଁ ଚାଟିକଣା ସାପ୍ତାହିକ ହାଟ ରେ ପହଞ୍ଚି ପ୍ରଚାର କୁ ଜୋର ସୋର ରେ କରିଥିଲେ ।

ଚାଲିଛି ପଞ୍ଚାୟତ ଭୋଟ ପାଇଁ ପ୍ରଚାର । ଘର କୁ ଘର ବୁଲି ପ୍ରଚାର କରୁଛନ୍ତି ନେତା କର୍ମୀ ଏବଂ ପ୍ରାର୍ଥୀ । ଆଉ କେତେବେଳେ ହାଟ ଓ ବଜାରରେ ରେ ତ ଆଉ କେତେ ବେଳ ଗାଁ ଗଣ୍ଡା ରେ ଚାଲିଛି ଭୋଟ ଭିକ୍ଷା । ବ୍ଳକ ର ଅନେକ ଗାଁ କୁ ମୋବାଇଲ ସେବା ନାହିଁ ଏଥିପାଇଁ ଲୋକେ ମଧ୍ୟ ହଇରାଣ ହେବାରେ ଲାଗିଛନ୍ତି । ଆଉ ଘର କୁ ଘର ବୁଲି ଚାରି ପ୍ରମୁଖ ଦଳର ନେତା ଏବଂ କର୍ମୀମାନେ ଆସି ଭୋଟ ଭିକ୍ଷା କରୁଛନ୍ତି । ହେଲେ ବିଷମ କଟକ ବ୍ଳକରେ ବିକାଶ ନେଇ ଭୋଟରଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।WhatsApp Image 2022 02 10 at 11.09.55 AM 2 ବିଷମ କଟକ ବ୍ଳକରେ ତିନି ପ୍ରମୁଖ ଦଳ ର ନିର୍ବାଚନ ପ୍ରଚାର

ବ୍ଳକର ଅନେକ ଗାଁକୁ ଷ୍ଟ୍ରିଟ ଲାଇଟ, ଡ୍ରେନ, ପିଇବା ପାଣି, ରାସ୍ତାଘାଟ ର ସୁଧାର ହୋଇଥିବା ବେଳେ ଅନେକ ଗାଁକୁ ପକ୍କା ରାସ୍ତା, ଷ୍ଟ୍ରିଟ ଲାଇଟ ଘର ଘର କୁ ବିଶୁଦ୍ଧ ପାଣି ସୁବିଧା, ଚଳିତ ସାଧାରଣ ନିର୍ବାଚନ ପର ଠାରୁ ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ବ୍ଳକରେ ବିଭିନ୍ନ ସ୍ଥାନରେ ନବୀନ ସରକାର ବିକାଶ କରିଛନ୍ତି ଆଉ ଅନ୍ୟଦଳ ର କର୍ମୀ ମାନେ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ସରକାରଙ୍କ ଯୋଜନା ଗୁଡିକ ନେଇ ଏଠାରେ ଦୁଇଟିଯାକ ଆସନ ବିଜେଡି ଦାଖଲ କରିବା ସହ ସମିତି ଅଧ୍ୟକ୍ଷ ମଧ୍ୟ ହାସଲ କରିବ ବୋଲି ବିଜେଡି ପ୍ରାର୍ଥୀ ସୁଜାତା କାଡ୍ରାକା ସୂଚନା ଦେଇଛନ୍ତି । କଂଗ୍ରେସ ମଧ୍ୟ ଅନୁରୂପ ଆଶା ରଖିଛି । ସେହିପରି ବିଜେପି ମଧ୍ୟ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ନେଇ ଲୋକଙ୍କ ପାଖକୁ ଯାଉଛି ଆଉ ଦୁଇଟି ଆସନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛି ।