ହିଜାବ ବିବାଦ : ସ୍କୁଲ କଲେଜ ଖୋଲିବ, ଧାର୍ମିକ ପୋଷାକ ଉପରେ ରୋକ୍ ଲଗାଇଲେ କୋର୍ଟ

0
192
ହିଜାବ ବିବାଦ

ରିପୋର୍ଟ : ସୁଭାସିସ ନାୟକ
ବେଙ୍ଗାଲୁରୁ, (୧୧/୦୨) : କର୍ଣ୍ଣାଟକରେ ସ୍କୁଲରେ ହିଜାବ ବିବାଦ ଲାଗି ରହିଛି । ସ୍କୁଲ କଲେଜ ଖୋଲିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଧର୍ମ ସହ ଜଡ଼ିତ କୌଣସି ପୋଷାକ ପିନ୍ଧି ଆସିପାରିବେ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ର ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ମାମଲା କୋର୍ଟରେ ବିଚାରାଧୀନ ଅଛି ଛାତ୍ରଛାତ୍ରୀମାନେ ଧାର୍ମିକ ପୋଷାକ ପିନ୍ଧି ଆସିପାରିବେ ନାହିଁ ବୋଲି କୋର୍ଟ କହିଛି । ତେବେ ଆସନ୍ତା ସୋମବାର ଦିନ ୨ ଟା ୩୦ ରେ ଏହି ମାମଲା ର ଶୁଣାଣି ପାଇଁ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।

ହିଜାବ ବିବାଦ କୁ ନେଇ ହୋଇଥିବା ଆବେଦନ ର ୩ ଜଣିଆ ବେଞ୍ଚ ଶୁଣାଣି କରିଥିଲେ । କୋର୍ଟ ଗଣମାଧ୍ୟମ କୁ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେବାକୁ ବାରଣ କରିଛନ୍ତି । ମାମଲା ର ମୁଲତବୀ ହେବା ପୂର୍ବରୁ ମୁଖ୍ୟ ବିଚାରପତି ରିତୁରାଜ ଅୱସ୍ଥି କହଛନ୍ତି ଯେ, କର୍ଣ୍ଣାଟକରେ କଲେଜ ଖୋଲିବ । କିନ୍ତୁ ମାମଲା ଅଦାଲତରେ ବିଚାରାଧୀନ ଥିବାରୁ କୌଣସି ଛାତ୍ରଛାତ୍ରୀ ଧର୍ମୀୟ ସମ୍ପନ୍ଧୀୟ ପୋଷାକ ପିନ୍ଧି ଆସି ପାରିବେ ନାହିଁ ।

ହିଜାବକୁ ନେଇ ପରିସ୍ଥତି ଅଣାୟତ୍ତ ଥିବାରୁ ଗତ ୮ ତାରିଖରେ କର୍ଣ୍ଣାଟକରେ ୩ ଦିନ ପର୍ଯ୍ୟନ୍ତ ସବୁ ହାଇସ୍କୁଲ ଓ କଲେଜ କୁ ବନ୍ଦ ଘୋଷଣା କରିଥିଲେ କର୍ଣ୍ଣାଟକ ସରକାର । ଶାନ୍ତି ଏବଂ ଐକ୍ୟ ବଜାୟ ରଖିବା ପାଇଁ ରାଜ୍ୟର ସବୁ ହାଇସ୍କୁଲ ଏବଂ କଲେଜକୁ ୩ ଦିନ ପାଇଁ ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

କର୍ଣ୍ଣାଟକରେ ଉଡ଼ୁପି ର ଏକ ସରକାରୀ କଲେଜରେ ହିଜାବ କଟକଣାକୁ ନେଇ ଜଣେ ଯୁବତୀ ହାଇକୋର୍ଟରେ ଅପିଲ କରିଥିଲେ । କର୍ଣ୍ଣାଟକର ଉଡୁପି, ଏମଜିଏମ କଲେଜରେ ହିଜାବ ପିନ୍ଧିବା ନେଇ ଛାତ୍ରଛାତ୍ରୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା । କିଛି ଛାତ୍ରୀ ହିଜାବ ପିନ୍ଧି କଲେଜ ଅସିଥିବା ବେଳେ ସେମାନଙ୍କୁ ଶ୍ରେଣୀ ଗୃହକୁ ବାରଣ କରାଯାଇଥିଲା । ହେଲେ ଛାତ୍ରୀମାନେ ହିଜାବ ପିନ୍ଧି ଆସିବା ବନ୍ଦ କରି ନଥିଲେ । ଏହାକୁ ବିରୋଧ କରି କିଛି ବିରୋଧୀ ଛାତ୍ରଛାତ୍ରୀ ଗେରୁଆ ସ୍କାର୍ପ ପକାଇ କଲେଜ ଆସିଥିଲେ । ଏହାକୁ ନେଇ ସମଗ୍ର କର୍ଣ୍ଣାଟକରେ ବିବାଦ ତେଜିବାରେ ଲାଗିଛି ।