ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

0
175
ପୌର ନିର୍ବାଚନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୧/୦୨) : ରାଜ୍ୟରେ ପୌର ନିର୍ବାଚନ ପାଇଁ ମାନସ ମନ୍ଥନ ଆରମ୍ଭ ହୋଇଛି । ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନେଇ ରାଜନୈତିକ ଦଳ ଗୁଡିକ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ

ରାଜ୍ୟ ର ତିନି ପ୍ରମୁଖ ଦଳ ଓ ଅନ୍ୟାନ୍ୟ ଦଳ ର ପ୍ରାର୍ଥୀମାନେ ଏଥିରେ ଯୋଗ ଦେଇଥିଲେ । ଆସନ୍ତା ନିର୍ବାଚନରେ ଅଧ୍ୟକ୍ଷ ଓ ମେୟର ପାଇଁ ସିଧାସଳଖ ନିର୍ବାଚନ ହେବ ବୋଲି ଦଳଙ୍କୁ ଅବଗତ କରାଯାଇଛି । ଇଭିଏମରେ ଭୋଟ ଗ୍ରହଣ ହେବ ଓ ସମସ୍ତ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁସାରେ ହେବ । ପ୍ରାର୍ଥୀମାନେ ସତ୍ୟପାଠ ନ ଦେଲେ ନାମାଙ୍କନ ନାକଚ ହେବ । ତେବେ ପଞ୍ଚାୟତ ନିର୍ବାଚନ ବାଲଟ ପେପରରେ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ପୌର ନିର୍ବାଚନ ଇଭିଏମ୍ ମେସିନର ବ୍ୟବହାର କରାଯିବ ।

ଏଥିପାଇଁ ସବୁ ଜିଲ୍ଲାକୁ ଇଭିଏମ ମେସିନ୍ ପଠା ସରିଛି । ରାଜ୍ୟରେ ୩ ଟି ମହାନଗର ନିଗମ ସହ ସବୁ ପୌରନିର୍ବାଚନ ହେବ । ତେବେ ଏଥର ପ୍ରଥମ ଥର ପାଇଁ ରାଜ୍ୟରେ ମେୟର ଏବଂ ପୌରାଞ୍ଚଳ ଅଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ହେବ ।