ୟେଲୋ ଆର୍ମି ରେ ଦୁବେ

0
166
ୟେଲୋ ଆର୍ମି

ରିପୋର୍ଟ : ରାମନାଥ ଗନ୍ତାୟତ //
ବେଙ୍ଗଲୁରୁ, (୧୩/୦୨) : ଅକ୍ସନ ର ଦ୍ୱିତୀୟ ଦିନରେ ପ୍ରଥମ ଖେଳାଳିଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଭାରତ ର ଅଲରାଉଣ୍ଡର ଶିଭମ ଦୁବେଙ୍କୁ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି ୟେଲୋ ଆର୍ମି ।

ପଞ୍ଜାବ-ଚେନ୍ନାଇ ମଧ୍ୟରେ ଟଣା ଓଟଣା ପରେ ଶେଷରେ ୟେଲୋ ଆର୍ମି ଚେନ୍ନାଇ ମାରିଛି ବାଜି । ୪ କୋଟି ଟଙ୍କା ଦେଇ ଏହି ଷ୍ଟାର କ୍ରିକେଟରଙ୍କ କିଣି ନେଇଛି ଧୋନୀ ବାହିନୀ । ସେପଟେ ଆଜିର ସବୁଠୁ ଦାମୀ ଖେଳାଳି ପାଲଟିଛନ୍ତି ଲିଆମ ଲିଭିଙ୍ଗଷ୍ଟୋନ । ୫ଟି ଦଳ ର ଲଢେଇ ମଧ୍ୟରେ ପଞ୍ଜାବ କିଙ୍ଗସ ୧୧.୫ କୋଟି ଟଙ୍କା ବଦଳରେ ତାଙ୍କୁ ନିଜ ଦଳରେ ସାମିଲ କରିଛି । ସେହିପରି ୪.୨ କୋଟିରେ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ହୋଇଛନ୍ତି ମାର୍କୋ ଜାନସେନ । ସେହିଭଳି ୱେଷ୍ଟଇଣ୍ଡିଜ ର ଷ୍ଟାର ଅଲରାଉଣ୍ଡର ଓଡିଅନ ସ୍ମିଥଙ୍କ ପାଇଁ ନିଲାମ ପ୍ରକ୍ରିୟାରେ ଆସିଥିଲା ରୋମାଞ୍ଚ ।

କିନ୍ତୁ ପଞ୍ଜାବ ସର୍ବାଧିକ ୬ କୋଟି ଟଙ୍କା ପଦଳରେ ସ୍ମିଥଙ୍କୁ ନିଜ ଦଳକୁ ନେଇଛି । ଅନ୍ୟ ପକ୍ଷରେ ବିଜୟ ଶଙ୍କର ୧.୪ କୋଟିରେ ଗୁଜୁରାଟ ସହ ଯୋଡି ହୋଇଛନ୍ତି । ତେବେ ଆରନ ଫିଞ୍ଚ, ଇଓନ ମୋର୍ଗାନ ଏବଂ ଚେତେଶ୍ୱର ପୂଜାରା ଭଳି ଅନେକ ଖେଳାଳି ଅନସୋଲ୍ଡ କେଳାଳିଙ୍କ ତାଲିକାରେ ନିଜ ନାମ ଯୋଡିଛନ୍ତି ।