ବିନିକା ଓ ସୋନପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ : ୮୫.୬୭ ପ୍ରତିଶତ ମତଦାନ

0
195
ବିନିକା ଓ ସୋନପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର / ବିନିକା , (୧୮/୦୨) : ସୁବର୍ଣ୍ଣପୁର ଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟରେ ଆଜି ବିନିକା ଓ ସୋନପୁର ବ୍ଲକରେ ରେକର୍ଡ ସଂଖ୍ୟାରେ ୮୬.୭୩ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି lWhatsApp Image 2022 02 18 at 7.05.18 PM 1 ବିନିକା ଓ ସୋନପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ : ୮୫.୬୭ ପ୍ରତିଶତ ମତଦାନ

ବ୍ଲକ ରେ ୧୮୩ ଟି ମତଦାନ କେନ୍ଦ୍ରରେ ଭୋଟର ମାନେ ସେମାନଙ୍କ ପ୍ରତିନିଧି ଚୟନ କରିବା ପାଇଁ ମତଦାନ କରିଛନ୍ତି l ଏଥିପାଇଁ ସମଗ୍ର ବ୍ଲକ କୁ ଦୁଇଟି ଜୋନ୍ ରେ ବିଭକ୍ତ କରାଯାଇ ନିରୀକ୍ଷଣ ରେ ରଖାଯାଇଥିଲା l ସେହିପରି ବିନିକା ବ୍ଲକ ରେ ୮୪.୬୦ ପ୍ରତିଶତ ମତଦାନ ସହିତ ସୁରୁଖୁରୁ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି l ବ୍ଲକ ରେ ୨୦୪ ଟି ବୁଥ ରେ ଭୋଟର ମାନେ ମତଦାନ କରିଛନ୍ତି l ଏଥିପାଇଁ ସମଗ୍ର ବ୍ଲକ କୁ ଦୁଇଟି ଜୋନ୍ ରେ ବିଭକ୍ତ କରାଯାଇ ନିରୀକ୍ଷଣ ରେ ରଖାଯାଇଥିଲା l ଜିଲ୍ଲାପାଳ ଆବୋଲୀ ସୁନୀଲ ନରୱଣେ ବିନିକା ଓ ସୋନପୁର ବ୍ଲକ ଗସ୍ତ କରି ସମସ୍ତ ବ୍ୟବସ୍ଥା ର ଅନୁଧ୍ୟାନ କରିଥିଲେ l

ପ୍ରଶାସନ ର ବରିଷ୍ଠ ଅଧିକାରୀମାନଙ୍କ ନିରୀକ୍ଷଣ ରେ ଉଭୟ ବ୍ଲକ ରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମ୍ଭବ ହୋଇପାରିଛି l କୌଣସି ସ୍ଥାନ ରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଖବର ହସ୍ତଗତ ହୋଇ ନାହିଁ l ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟର ମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ଉପସ୍ଥିତ ରହି ଶେଷ ଯାଏଁ ଭୋଟ ଦେଇଥିଲେ l

ଉଭୟ ବ୍ଲକ ରେ ଉତ୍ସାହଜନକ ଭାବରେ ଭୋଟର ମାନେ ମତଦାନ କରିଛନ୍ତି l ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୂଲ୍ୟ କୁମାର ନନ୍ଦ ଏଥିପାଇଁ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l