ଜନ ଶିକ୍ଷଣ ସଂସ୍ଥାନ (J S S) ତରଫରୁ ମହିଳା ମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ

0
171

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୮/୦୭) : ଆଜି ଦିବା ୧୨ ଘଟିକା ସମୟରେ ଜନ ଶିକ୍ଷଣ ସଂସ୍ଥାନ (J S S) ତରଫରୁ ଢେଙ୍କାନାଳର ସଦର ବ୍ଲକ ଅନ୍ତର୍ଗତ ସୁଆଖାଇକାଟେଣୀ ଗ୍ରାମ ପଞ୍ଚାୟତର ରଂଜା ଗ୍ରାମରେ ମହିଳା ମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯିବା ସହ ଏହାର ବ୍ୟବହାର ଓ ଉପଯୋଗୀତା ଉପରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା ।

ଆଜିର ଏହି ସଭାରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ଝରଣା ସାହୁ, ଅତିଥି ରୂପେ ୱାର୍ଡ ମେମ୍ବର ଶ୍ରୀମତୀ ସବିତା ବେହେରା ଙ୍କ ସମେତ ଜନ ଶିକ୍ଷଣ ସଂସ୍ଥାନ ର ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ ଯୋଗଦେଇଥିଲେ । ଏଥି ସମେତ ୮ ସହଯୋଗୀ କର୍ମଚାରୀ , ୪୪ ହିତାଧିକାରୀ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ଆସନ୍ତି ସାହୁ ଯୋଗଦେଇଥିଲେ ।

ଅଞ୍ଚଳର ସ୍ୱଚ୍ଛତା ସମେତ ନିଜର ସ୍ୱଚ୍ଛତା ଉପରେ ଆଜିର ସଭାରେ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ସମସ୍ତ ହିତାଧିକାରୀଙ୍କୁ ଧନ୍ଦାମୂଳକ ପ୍ରମାଣପତ୍ର ଓ ସାନିଟାରୀ ନାପକିନ ପ୍ରଦାନ କରାଯାଇଥିଲା ।

ପରିଶେଷରେ ଶ୍ରୀଯୁକ୍ତ ପ୍ରବୀଣ କୁମାର ରାଉତଙ୍କ ଦ୍ଵାରା ସ୍ୱଚ୍ଛତା ଶପଥ ପାଠ କରଯାଇଥିଲା । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯିବ ପରେ ଆଜିର ସଭା କୁ ସମାପ୍ତ କରାଯାଇଥିଲା ।