ପାହାଳ ରୁ କୋଟିଏ ରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସ୍ଟିଏଫ୍ : ମୁଖ୍ୟ ଅଭିଯୁକ୍ତ ଗିରଫ

0
150
ପାହାଳ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୨/୦୨) : ୧୬ ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱର ପାହାଳ ନିକଟରୁ ୧ କୋଟିରୁ ଅଧିକ ଟଙ୍କା ର ବ୍ରାଉନ ସୁଗର ଜବତ କରିଛି କ୍ରାଇମ ବ୍ରାଞ୍ଚ ର ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍ଟିଏଫ୍) । ବ୍ରାଉନ୍ ସୁଗର ଜବତ କରିବା ସହିତ ମୋଷ୍ଟ ୱାଣ୍ଟେଡ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି ପୋଲିସ ।

ଶିବ ପ୍ରସାଦ ର ଘର ଜଟିଣୀ ଅଞ୍ଚଳରେ ବୋଲି ଏସ୍ଟିଏଫ୍ ସୂଚନା ଦେଇଛି । ଯାଞ୍ଚ ବେଳେ ତା’ ନିକଟରୁ ୧,୨୨୭ ଗ୍ରାମ ବ୍ରାଉନ୍ ସୁଗର ମିଳିଥିଲା । ଏହା ସହିତ ପାହାଳ ରୁ ତା’ ବାଇକ୍ ଓ ମୋବାଇଲ ଫୋନ୍ ଜବତ କରାଯାଇଛି । ଶିବ ଗତ ଜାନୁଆରୀ ୨୪ ତାରିଖରୁ ଫେରାର ଥିଲା । ଏହା ପୂର୍ବରୁ ତା’ ନିକଟରୁ ୩,୧୦୦ ଗ୍ରାମ୍ ବ୍ରାଉନ ସୁଗର, ୬୫ ଲକ୍ଷରୁ ଅଧିକ ଟଙ୍କା, ୩ଟି ବନ୍ଧୁକ, ୭ଟି ମାଗାଜିନ୍ ଜବତ ହୋଇଥିଲା । ତା’ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ଟି ଅପରାଧିକ ମାମଲା ରହିଥିବା ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି ।

୨୦୨୦ ଠାରୁ ସ୍ପେଶାଲ୍ ଡ୍ରାଇଭ କରି ଏସ୍ଟିଏଫ୍ ବର୍ତ୍ତମାନ ସୁଦ୍ଧା ୪୯ କେଜିରୁ ଅଧିକ ବ୍ରାଉନ୍ ସୁଗର ଓ ୮୯ କ୍ୱିଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ୧୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି ।