ପୁନଃ ମତଦାନକୁ ବିରୋଧ : ତାତିଛନ୍ତି ଡଙ୍ଗରିଆ ଭୋଟର

0
170
ପୁନଃ ମତଦାନକୁ ବିରୋଧ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୩/୦୨) : ପୁନଃ ମତଦାନକୁ ବିରୋଧ କରି ତାତିଛନ୍ତି ଡଙ୍ଗରିଆ ଭୋଟର । ଭୋଟ ଦେଇ ଆମେ ଆମ ଅଧିକାର ସାବସ୍ତ୍ୟ କରିଛୁ । ତେବେ ପୁଣି କଣ ପାଇଁ ଆଉଥରେ ଭୋଟ ଦେବୁ । ଭୋଟ ଦେବା ପାଇଁ ଦାଦନ ଖଟୁଥିବା ପୁଅଝିଅମାନେ କାମ ଛାଡି ଆସି ଭୋଟ ଦେଇ ଚାଲି ଗଲେଣି ।a6 ପୁନଃ ମତଦାନକୁ ବିରୋଧ : ତାତିଛନ୍ତି ଡଙ୍ଗରିଆ ଭୋଟର

ପୁନଃ ମତଦାନକୁ ବିରୋଧ କରି କହିଛନ୍ତି, “କଣ ଆଉ ଥରେ ଦୂର ଦୂରାନ୍ତ ରୁ ଆସିବୁ କି ? ରାଜନୈତିକ ଚାପରେ ପୁଣିଥରେ ମତଦାନ କରିବାକୁ ଯେଉଁ ଷଡଯନ୍ତ୍ର କରାଯାଇ ନିର୍ଦ୍ଦେଶ ଦିଆ ହୋଇଛି ତାହାକୁ ଆମେ ମାନିବୁ ନାହିଁ । ଆମ ବୁଥରେ ଆଉ ଥରେ ନିର୍ବାଚନ ହେଲେ କାହାକୁ ବି ପୂରାଇ ଦେବୁ ନାହିଁ ଏବଂ ଆମ ଇର୍ଷା ରୂପ ଦେଖିବ ପ୍ରଶାସନ ବୋଲି ଆଜି ମୁଣ୍ଡୁବାଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।” ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ କୁର୍ଲି ଗ୍ରାମ ପଂଚାୟତ ଅନ୍ତର୍ଗତ ମୁଣ୍ଡବାଲି ଗାଁଁର ବୁଥ ନମ୍ବର -୦୮ରେ ।

ବୁଥରେ ଭୋଟ ଟେମ୍ପରିଂ ନେଇ ଭାଇରଲ ଏକ ଭିଡିଓକୁ ନେଇ ଆସନ୍ତାକାଲି ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏହି ନିର୍ଦ୍ଦେଶକୁ ପ୍ରତିବାଦ କରି ଆଜି ଶତାଧିକ ଡଙ୍ଗରିଆ ମତଦାତା ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଜିଲ୍ଳାପାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅତିିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।a4 ପୁନଃ ମତଦାନକୁ ବିରୋଧ : ତାତିଛନ୍ତି ଡଙ୍ଗରିଆ ଭୋଟର

ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ମୁଣ୍ଡବାଲି ବୁଥରେ ଟେମ୍ପରିଂ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ଘଟଣାକୁ ନେଇ ଗତ ୧୯ତାରିଖରେ କୁର୍ଲି ସରପଂଚ, ସମିତି ସଭ୍ୟ ପ୍ରାର୍ଥୀ ସମେତ ବ୍ଳକ କଂଗ୍ରେସ ସଭାପତି ବିଷମକଟକ ବ୍ଳକ ନିର୍ବାଚନ ଅଧିକାରୀ ବିଡିଓଙ୍କ ଠାରେ ଅଭିଯୋଗ କରିଥିଲେ । ଉକ୍ତ ଘଟଣା ସଂକ୍ରାନ୍ତରେ ବିଡିଓ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ।

୨୩ ତାରିଖ ବୁଧବାର ଦିନ ପୁନଃ ସାନି ମତଦାନ ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେବା ପରେ ମୁଣ୍ଡୁବାଲି ସମେତ ହୁଣ୍ଡିଜାଲି, ହୁତେଶୀ, ତୁଆଗୁଡା ଗ୍ରାମବାସୀମାନେ ଆୟୋଗଙ୍କ ନିର୍ଦ୍ଦେଶକୁ ମାନିବାକୁ ନାରାଜ ହୋଇଛନ୍ତି । ମାଣ୍ଡୁବାଲି ବୁଥରେ ପୁଣି ନିର୍ବାଚନ ହେଲେ ସମଗ୍ର ପଂଚାୟତରେ ମଧ୍ୟ ନିର୍ବାଚନ କରାଯାଉ ବୋଲି ଦାବି ହୋଇଛି ।