ୟୁକ୍ରେନ୍-ରୁଷିଆ ଯୁଦ୍ଧ ଭିତରେ ଖସିଲା ସେୟାର ମାର୍କେଟ : ଶହେ ଡଲାର ଟପିଲା ଅଶୋଧିତ ତୈଳ ଦର

0
140
ୟୁକ୍ରେନ୍-ରୁଷିଆ ଯୁଦ୍ଧ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୫/୦୨) : ୟୁକ୍ରେନ୍ ଉପରେ ରୁଷିଆ ର ଆକ୍ରମଣ ଭାରତୀୟ ବଜାରରେ ନିଆଁ ଲଗାଇଛି । ୟୁକ୍ରେନ୍-ରୁଷିଆ ଯୁଦ୍ଧ ଭିତରେ ଖସିଛି ସେୟାର ମାର୍କେଟ ସେନସେକ୍ସ । ୨ ହଜାର ୭ ଶହ ପଏଂଟ ତଳକୁ ଖସିଛି । ନିଫଟି ୧୬ ହଜାର ୩ ଶହ ପଏଂଟ ଖସିଛି ।

ୟୁକ୍ରେନ୍-ରୁଷିଆ ଯୁଦ୍ଧ ଭିତରେ ସେୟାର ମାର୍କେଟ ଖସିବା ଦ୍ୱାରା ନିବେଶକ ପ୍ରାୟ ୧୩. ୬ ଲକ୍ଷ କୋଟି ହରାଇଛନ୍ତି । ସେନସେକ୍ସ ଇତିହାସରେ ଚତୁର୍ଥ ଥର ପାଇଁ ବଜାର ଏଭଳି ଖସିଛି । ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଗାମୀ ଦିନରେ ମୁଦ୍ରାସ୍ପୀତି ପ୍ରଭାବିତ କରିବ । ଏହାର ପ୍ରଭାବ ସାରା ବିଶ୍ୱରେ ଦୀର୍ଘ ସମୟ ଧରି ରହିବ ବୋଲି ଆକଳନ କରିଛନ୍ତି ।

ସାରା ବିଶ୍ୱରେ ମହାମାରୀ କରୋନା ଦୁର୍ବଳ ହେଉଥିବା ବେଳେ ରୁଷ ର ଏହି ମହାଯୁଦ୍ଧ ବିଶ୍ୱ ପାଇଁ ଚିନ୍ତା ର କାରଣ ପାଲଟିଛି । ସେହିପରି ଋଷର ବିଭିନ୍ନ ବ୍ୟକ୍ତି ଅବା ଋଷ ମାଲିକାନା ଥିବା ମାର୍କେଟ ସେୟାରରେ ବହୁତ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଅର୍ନ୍ତଜାତୀୟ ବଜାରରେ ଶହେ ଡଲାର ଟପିଛି ଅଶୋଧିତ ତେଳ ଦର । ମାର୍ଚ୍ଚ ୧୦ ତାରିଖ ପରେ ତେଲ ଦର ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । କାରଣ ଆସନ୍ତା ୭ ତାରିଖରେ ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଶେଷ ହୋଇଛି ।