ଏସିଏଫଓ ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି

0
245

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ,(୨୮/୦୭) : ଏସିଏଫଓ ସୌମ୍ୟରଂଜନ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ମୋଡ ନେବାରେ ଲାଗିଛି । ଦୋଷୀ ପାଖରେ ଏପର୍ଯ୍ୟନ୍ତ ନାଁ ପହଚିଂ ପାରିଲା କ୍ରାଇମବ୍ରାଂଚ ନାଁ ପୁଲିସ । ସୌମ୍ୟଙ୍କ ପରିବାର ଲୋକଙ୍କୁ ଏପର୍ଯ୍ୟନ୍ତ ପୁଲିସ ନ୍ୟାୟ ଦେବାରେ ବିଫଳ ହୋଇଛି ।

ମୃତ ଏସିଏଫଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନରେ ରହୁନି ତାଳମେଳ । ସୌମ୍ୟଙ୍କ ପରିବାର ପକ୍ଷରୁ ବିଦ୍ୟାଭାରତୀ ଏବଂ ଡିଏଫଓ ଙ୍କୁ ତଦନ୍ତ ଭୁକ୍ତ କରିବାକୁ ବାରମ୍ବାର ଦାବି କରାଯାଇଥିଲା । ମାତ୍ର ଡିଏଫଓ ଙ୍କୁ ୧୧ଦିନ ପର୍ଯ୍ୟନ୍ତ କୌଣସି ତଦନ୍ତ ଭୁକ୍ତ କରା ନଯିବା ନେଇ ଅନେକ ଚର୍ଚ୍ଚା ହେବା ପରେ ଡିଏଫଓ ହଠାତ ସାମ୍ନାକୁ ଆସିବା ଏବଂ ଗୋଟିଏ ଦିନରେ ତାଙ୍କୁ କ୍ଲିନ ଚିଟ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହାକୁ ନେଇ ଭାରତୀୟ ବିକାଶ ପାରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଏସିଏଫଓ ସୌମ୍ୟ ମୃତ୍ୟୁ ତଦନ୍ତ ସିବିଆଇ କୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛି ।

ଏହାସହ କେଉଁ ଅଫିସରଙ୍କ ଛତ୍ରଛାୟା ତଳେ ଥିବାରୁ ଡିଏଫଓ ଙ୍କୁ ତୁରନ୍ତ ତଦନ୍ତ ଭୁକ୍ତ କରାନଯିବା ଏବଂ ଗୋଟିଏ ଦିନ ତଦନ୍ତ ପରେ ତାଙ୍କୁ କ୍ଲିନ ଚିଟ ଦିଆଯିବା ନେଇ ଭାରତୀୟ ବିକାଶ ପାରିଷଦ ଅଭିଯୋଗ ଆଣିଛି ।