ଋଷ କୁ ଆମେରିକା ର ଖୋଲା ପ୍ରସ୍ତାବ : ‘ଯୁଦ୍ଧ ବନ୍ଦକଲେ ହଟିବ ପ୍ରତିବନ୍ଧକ’

0
164
ଋଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆମେରିକା/ନୂଆଦିଲ୍ଲୀ, (୦୪/୦୩) : ଋଷ-ୟୁୁକ୍ରେନ ଯୁଦ୍ଧକୁ ହେଲାଣି ୯ ଦିନ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦେଇଛନ୍ତି ଖୋଲା ପ୍ରସ୍ତାବ ।

କହିଛନ୍ତି ଯଦି ପୁଟିନ ଯୁଦ୍ଧ ରୋକିବେ ତେବେ ଯାଇ ତାଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇ ଦିଆଯିବ । ସୂଚନା ମୁତାବକ, ୟୁୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଋଷ ଉପରେ ଅନ୍ତର୍ଜାତୀୟ ସ୍ତରରେ ପାଶ୍ଚାତ୍ୟ ରାଷ୍ଟ୍ର ଓ ଆରବୀୟ ରାଷ୍ଟ୍ର ଗୋଟିଏ ପଟେ ଗୋଟିଏ ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି ।

ବିଭିନ୍ନ ରାଷ୍ଟ୍ର ରାଷ୍ଟ୍ରପତି ପୁଟିନ ଓ ତାଙ୍କ ମନ୍ତ୍ରୀଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଘୋଷଣା କରାଯାଇଥିଲା । ଏହା ସହ କ୍ରୀଡା ସ୍ତରରେ ମଧ୍ୟ ଋଷଉପରେ ବଳ କଷା ଯାଇଛି । ଫୁଟବଲ ବିଶ୍ୱକପ୍, ଆଇସ୍ ହକି ସମେତ ଅଲିମ୍ପିକ୍ସରୁ ମଧ୍ୟ ଋଷକୁ ବାଦ ଦେବାକୁ ଘୋଷଣା କରାଯାଇଛି । ତେବେ ଯଦି ଯୁଦ୍ଧ ବନ୍ଦ କରିବାକୁ ପୁଟିନ ଘୋଷଣା କରନ୍ତି ତେବେ ସବୁ କ୍ଷେତ୍ରରୁ ପ୍ରତିବନ୍ଧକକୁ ହଟାଇ ଦେବାକୁ ଘୋଷଣା କରିଛନ୍ତି ବାଇଡେନ୍ ।