ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ଜଳପରି ଅର୍ପିତାକୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

0
161
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୫/୩) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ନିବାସୀ ପ୍ରଶାନ୍ତ ସେଠୀ ଓ ରଶ୍ମିତା ସେଠୀଙ୍କ ଝିଅ ରାଧାରାଣୀ ରାଜେଶ୍ୱରୀ ସେଠୀ ଓରଫ୍ ଅର୍ପିତା ସେଠୀ ଓରଫ୍ ‘ଜଳପରି’ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ସହାୟତା ର ହାତ ବଢାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ।

ଅର୍ପିତା ର ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ନିଜ ଝିଅ ର ସନ୍ତରଣ ପ୍ରତିଭା କୁ ଆହୁରି ବିକଶିତ କରିବାକୁ ଅସମର୍ଥ ଥିବା ଗଣ ମାଧ୍ୟମ ଜରିଆରେ ସରକାର ତଥା ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଥିଲେ । ତେବେ ଏହାପରେ ଅର୍ପିତାକୁ ନୂଆଁ ପରିଚୟ ମିଳିଯାଇଥିଲା । ୬ ବର୍ଷ ର କୁନି ଝିଅକୁ ଲୋକେ ଜଳପରି ର ଆଖ୍ୟା ଦେଇଥିଲେ । ସବୁଆଡୁ ପ୍ରଶଂସା ର ସୁଅ ଛୁଟିଥିଲା ଅର୍ପିତା ଏବଂ ତା’ ବାପା ମାଁଙ୍କୁ । ତେବେ ଏତେ ସବୁ ପରେ କିନ୍ତୁ ସବୁ ଶାନ୍ତ ପଡିଯାଇଥିଲା ।

କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି । କିନ୍ତୁ ଏ ସବୁ ପୂର୍ବରୁ କୌଣସି ଦିଗରୁ ସହାୟତା ର ସମ୍ଭାବନା ଦେଖା ନଯିବାରୁ ଅର୍ପିତା ର ବାପା ଶେଷରେ ନିରାଶ ହୋଇ ପୁଣି ନିଜ ପରିବାର ଚଳାଇବା ଚିନ୍ତାରେ ଲାଗି ପଡ଼ିଥିଲେ । ମଜୁରି ପାଇଁ ପୁଣି ଘରୁ ଗୋଡ କାଢିଲେ ବାହରକୁ ଯାଇ କିଛି ରୋଜଗାର କରିବାକୁ । ଫଳରେ ଝିଅକୁ ବି ତା’ର ସନ୍ତରଣ ପ୍ରଶିକ୍ଷଣ ସକାଶେ ସମୟ ଦେଇପାରିଲେ ନାହିଁ ।

ଶ୍ରୀରାମ କଲେଜ ପରିଚାଳନା କମିଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ପୂଜାରୀ ଜାଣିଲା ପରେ ଏ ନେଇ ଏକ ମେଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟକୁ ଜଣାଇ ଥିଲେ l ତେବେ ଦୁଇଦିନ ତଳେ ହଠାତ୍ ସ୍ଥାନୀୟ ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା ଯୋଗାଯୋଗ କଲେ ଅର୍ପିତାର ବାପା ପ୍ରଶାନ୍ତଙ୍କୁ ଏବଂ ୨ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଦେଖା କରିବାକୁ କହିଥିଲେ । ତେବେ ପ୍ରଶାନ୍ତ ଏବଂ ଅର୍ପିତା ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଦେଖା କରିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲାପଳ ଅର୍ପିତା ର ସନ୍ତରଣ ପ୍ରଶିକ୍ଷଣ ସକାଶେ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ନୂତନ ସନ୍ତରଣାଗାରରେ ମାଗଣା ରେଜିଷ୍ଟ୍ରେସନ ସାଙ୍ଗକୁ ଦକ୍ଷ କୋଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ ଯୋଗାଇ ଦେବା ସହ ତାର ମାଗଣାରେ ପାଠ ପଢା ର ବ୍ୟବସ୍ଥା କରୁବାକୁ ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ଙ୍କ ଠାରୁ ପ୍ରତିଶୃତି ପାଇ ଅର୍ପିତା ଏବଂ ତାର ବାପା ପହଞ୍ଚିଥିଲେ ସ୍ଥାନୀୟ ବିଜୁ ପଟ୍ଟନାୟକ ନୂତନ ସନ୍ତରଣାଗାରକୁ ।

ସେଠି ତା’ର ରେଜିଷ୍ଟ୍ରେସନ ପରେ ପ୍ରଥମ ଥର ପାଇଁ ଜଣେ ଦକ୍ଷ କୋଚ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅର୍ପିତା ର ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା । ଏ ସବୁ ଦେଖି ବାପା ପ୍ରଶାନ୍ତଙ୍କ ଅଖିରେ ଖୁସି ର ଲୁହ ଝଳକି ଉଠିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ନିର୍ଦ୍ଦେଶ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ ଡେପୁଟି କଲେକ୍ଟର ଡ.ଇପ୍ସିତା ପ୍ରିୟଦର୍ଶିନି ମିଶ୍ର ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଜରିଆରେ ଯୋଗାଯୋଗ କରିଥିବା ସୁଚନା ମିଳିଛି ।

ତେବେ ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜଳପରି ଅର୍ପିତାକୁ ସହଯୋଗ ପ୍ରଦାନ କରାଯିବାରୁ ଏବେ ଅର୍ପିତା ଏବଂ ତାର ଅଭିଭାବକଙ୍କ ମୁହଁରେ ହସ ଫୁଟିଛି । ଜଳପରି ଅର୍ପିତା ର ଉଜ୍ୱଳ ଭବିଷ୍ୟତ କାମନା କରି ତା’ର ଅଭିଭାବକ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।