ରବି ଶାସ୍ତ୍ରୀ ଙ୍କ କଥା ଶୁଣି ନଥିଲେ ପିଚ୍ କ୍ୟୁରେଟର୍ : ଇଂଲଣ୍ଡଠୁ ମ୍ୟାଚ୍ ହାରିଯାଇଥିଲା ଭାରତ

0
136
ରବି ଶାସ୍ତ୍ରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୭/୦୩) : ୨୦୨୧ ରେ ଭାରତ ଗସ୍ତରେ ଆସିଥିଲା ଇଂଲଣ୍ଡ ଟିମ୍ । ଉଭୟ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇ ର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମୁକାବିଲା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ପିଚ୍ କ୍ୟୁରେଟର୍ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଙ୍କ ସମେତ ଅନ୍ୟ ବିସିସିଆଇ ଅଧିକାରୀଙ୍କ ନିର୍ଦ୍ଦେଶ ମାନି ନଥିଲେ । ଯାହାର ପରିଣାମ ଭାରତୀୟ ଟିମ୍‌କୁ ଭୋଗିବାକୁ ପଡିଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆ ର ଏକ ରିପୋର୍ଟ ଅନୁସାରେ, ତତ୍କାଳୀନ ବୋଲିଂ କୋଚ୍ ଭରତ ଅରୁଣ ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟେଷ୍ଟ୍ ପୂର୍ବ ସନ୍ଧ୍ୟାରେ ଷ୍ଟାଡିୟମକୁ ଯାଇଥିଲେ । ସେମାନେ ପିଚ୍ କ୍ୟରେଟରଙ୍କୁ ପିଚ୍ ସେମିତ ଛାଡିଦେବା ଦରକାର ଓ ପାଣି ନ ଦେବାକୁ କହିଥିଲେ । ଏହାପରେ ସେମାନେ ସେଠାରୁ ଚାଲି ଯାଇଥିଲେ । କିନ୍ତୁ ସେମାନେ ପିଚରେ ପାଣି ଢାଳିଥିଲେ ।

ବିସିସିଆଇ ର କେହି ଜଣେ ବରିଷ୍ଠ ଅଧିକାରୀ ପିଚରେ ପାଣି ଦେବାକୁ କହିଥିବା କ୍ୟରେଟର ସଫେଇ ଦେଇଥିଲେ । ତେବେ କେଉଁ ଅଧିକାରୀ କ୍ୟରେଟରଙ୍କୁ ପାଣି ଢାଳିବାକୁ କହିଥିଲେ ସେ ନେଇ ବିସିସିଆଇ ତଦନ୍ତ କରୁ ବୋଲି ଦାବି ହେଉଛି ।

ଫେଲ ମାରିଥିଲା ଭାରତୀୟ ଟିମ୍

ସୂତ୍ରାନୁସାରେ, କ୍ୟରେଟର ଯେଉଁ ପିଚରେ ପାଣି ଢାଳିଥିଲେ, ତା ପର ଦିନ ଅର୍ଥାତ ମ୍ୟାଚ୍ ଦିନ ଏହା କଠିନ୍ ହୋଇଯାଇଥିଲା । ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଯେଉଁଥିରେ ଜୋ ରୁଟ୍ ଦମଦାର ୨୧୮ ରନ୍ କରିଥିଲେ । ଇଂଲଣ୍ଡ ଟିମ୍ ୫୭୮ ରନ୍‌ର ବିଶାଳ ସ୍କୋର କରିଥିଲା । ମ୍ୟାଚକୁ ଇଂଲଣ୍ଡ ୨୨୭ ରନରେ ଜିତି ନେଇଥିଲା ।

ମ୍ୟାଚ୍ ପରେ ଭାରତୀୟ ଟିମ୍ ମ୍ୟାନଜମେଣ୍ଟ କ୍ୟୁରେଟରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା । କ୍ୟୁରେଟର ଜାଣିଶୁଣି ଏପରି କରିଥିବା ମ୍ୟାନେଜମେଣ୍ଟ ଅଭିଯୋଗ କରିଥିଲା ।