ସହର ମଝିରେ ଛଅ ଜଣ ଅସାମାଜିକ ଯୁବକଙ୍କ ସ୍କୁଲ ବସ ସହ ଛାତ୍ରଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ

0
244
ସହର ମଝିରେ

ଦୀର୍ଘ ସମୟ ପରେ ବନ୍ଦୀ ଛାତ୍ର, ଛାତ୍ରୀ ଙ୍କୁ ପୋଲିସ କଲା ଉଦ୍ଧାର
ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା (୦୮-୦୩) : ସ୍କୁଲ ବସରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ପୂର୍ବଶତ୍ରୁତା ଯୋଗୁଁ ସହର ମଝିରେ ଛଅ ଜଣ ଅସାମାଜିକ ଯୁବକ ଆକ୍ରମଣ ସହ ତାଙ୍କୁ ଅପହରଣ ଉଦ୍ୟମ କରିଥିବା ପରି ଗୁରୁତର ଅଭିଯୋଗ ହୋଇଛି ।2019 03 14 ସହର ମଝିରେ ଛଅ ଜଣ ଅସାମାଜିକ ଯୁବକଙ୍କ ସ୍କୁଲ ବସ ସହ ଛାତ୍ରଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ

ଏପରି କି ବସରେ ଥିବା ଛାତ୍ରଛାତ୍ରୀ ଦୀର୍ଘ ସମୟ ଧରି ବନ୍ଦୀ ଭାବେ ଉକ୍ତ ଅସାମାଜିକ ଯୁବକଙ୍କ ଦ୍ଵାରା ଅଟକ ରହିଥିବା ଜଣା ଯାଇଛି । ସୂଚନା ଅନୁଯାୟୀ ଗତ ସୋମବାର ଦିନ ବଲାଙ୍ଗୀର ସ୍ଥିତ ବିଶ୍ବାତ୍ମା ବିଦ୍ୟାଳୟରୁ ବିଦ୍ୟାର୍ଥୀଙ୍କୁ ନେଇ ସ୍କୁଲ ଡ୍ରାଇଭର ଯାଉଥିବା ବେଳେ ସ୍କୁଲ ଡ୍ରାଇଭରଙ୍କୁ ଉକ୍ତ ବସ ସହ ସେମାନେ କହୁଥିବା ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ସ୍କୁଲ ବସ ର ଡ୍ରାଇଭର ରାଜି ନ ହେବା ସହ ଗାଡି ସହ ଫେରାର ଉଦ୍ୟମ କରିଥିଲେ କିନ୍ତୁ ସେହି ଯୁବକ ମାନେ ଏକ ଅଟୋରେ ପୁନଃ ପଛରେ ଆସି ସହର ମଝିରେ ବସ ଅଟକେଇ ଥିଲେ ।

ଭିତର ପଟୁ ସମସ୍ତ କବାଟ ବନ୍ଦ କରି ଲୁଚି ଯିବା ଯୋଗୁଁ ଉକ୍ତ ଛଅ ଜଣ ଅସାମାଜିକ ଯୁବକ ଟେକା, ପଥର ମାଡ ମାରିଥିବା ବେଳେ ଦୀର୍ଘ ସମୟ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ସତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିଲା । ଉକ୍ତ ବିଦ୍ୟାଳୟ ର ଡ୍ରାଇଭର ପରେ ସବୁ ଶିଶୁଙ୍କୁ ନେଇ ଘର ଗୁଡ଼ିକରେ ପହଞ୍ଚେଇ ଥିଲେ । ଉକ୍ତ ଅଭିଯୁକ୍ତ ଯୁବକ ଓ ଡ୍ରାଇଭର କେଉଁ କାରଣରୁ ଏପରି ଘଟଣା ଘଟିଥିଲା ସେ ନେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ମହଲରେ ଦୃଢ଼ ଦାବି ହୋଇଛି ।

ପୋଲିସ ଏ ଘଟଣା ନେଇ ଘଟଣା ସ୍ଥଳରେ ପହଞ୍ଚି ଅପହରଣ ଉଦ୍ୟମ ସହ ଧମକ ଦେବା ଏବଂ କୌଣସି ବିରାଟ ଅଘଟଣ ନ ଘଟୁ ସେଥିପାଇଁ କିଛି ଅପହରଣ ଉଦ୍ୟମ ଥିଲା କି ? ଏହି ସବୁ ଦିଗ ପ୍ରତି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜେ.ଏସ.ଏସ. ସମିତି ତରଫରୁ ସମସ୍ତ ଉଚ୍ଚ ଅଧିକାରୀ ଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କରିଥିବା ପ୍ରକାଶ କରିଛନ୍ତି ।