ୟୁକ୍ରେନ ଓ ଋଷ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି : ରୁଷ ସୀମାକୁ ପଠାଇଲା ୧୨ ହଜାର ସୈନିକ

0
162
ୟୁକ୍ରେନ ଓ ଋଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆମେରିକା/ନୂଆଦିଲ୍ଲୀ, (୧୩/୦୩) : ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷ ସେନା କିଭକୁ ଅକ୍ତିଆର କରିବା ପାଇଁ ପ୍ରୟାସ ଜାରି ରଖିଛି । ଏହା ମଧ୍ୟରେ ଆମେରିକା ଏକ ବଡ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଋଷକୁ ଅଟକାଇବାକୁ ଆମେରିକା ୧୨ ହଜାର ସୈନ୍ୟ ପଠାଇଥିବା ଜଣା ପଡିଛି ।

ୟୁକ୍ରେନ ଓ ଋଷ ଯୁଦ୍ଧ ଉପରେ ସମସ୍ତ ଦେଶ ନଜର ରଖିଛନ୍ତି । ଏହି ସବୁ ସୈନିକ ଲାଟଭିଆ, ଏଷ୍ଟୋନିଆ, ଲିଥୁଆନିଆ ଏବଂ ରୋମାନିଆ ପରି ଦେଶଗୁଡିକର ରୁଷ ସଂଲଗ୍ନ ସୀମାରେ ମୁତୟନ ହେବେ । ଏହାରି ପ୍ରଭାବରେ ଯୁଦ୍ଧ ଆହୁରି ଭୟଙ୍କର ହେବାର ସମ୍ଭାବନାକୁ ଏଡାଇ ଦିଆଇ ନ ପାରେ । ତେବେ ରାଷ୍ଟ୍ରପତି ଜୋ ବାଇଡେନ୍ ଜୋର ଦେଇ କହିଛନ୍ତି ଅବଶଯ ଆମେରିକା ୟୁକ୍ରେନରେ ତୃତୀୟ ବିଶ୍ଵ ଯୁଦ୍ଧ ଲଢିବାର ପ୍ରସ୍ତୁତୁି କରୁନାହିଁ । କିନ୍ତୁ ଜଦି ରୁଷ ନିଜ ଜିଦରେ ଅଟଳ ରହେ ତେବେ ପରିସ୍ଥିତି ଭଯଙ୍କର ହୋଇପାରେ ।

ସେ ରୁଷକୁ କଡା ସନ୍ଦେଶ ଦେଇଛନ୍ତି ଯେ, ଓ୍ଵାଶିଂଟନ ନାଟୋ ପରିଧିରେ ଆସୁଥିବା ପ୍ରତି ଇଂଚ ମାଟି ର ରକ୍ଷା କରିବ । ଜଦିଓ ତୃତୀୟ ବିଶ୍ୱ ଯୁଦ୍ଧ କୁ ଉଡେଇବାର ସମସ୍ତ ପ୍ରକ୍ରିୟା କରା ଯାଇଛି । ତଥାପି ପରିସ୍ଥିତି ଅନିୟନ୍ତ୍ରିତ ହେଲେ ତୃତୀୟ ବିଶ୍ୱ ଯୁଦ୍ଧ ହେବାର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଇସାରା ଇସାରା ରେ ଘୋଷଣା କରିଛନ୍ତି ରାଷ୍ଟ୍ରପତି ବାଇଡେନ ।

ଅନ୍ୟପଟେ ନାଟୋ ଦେଶମାନେ ୟୁକ୍ରେନକୁ ପରୋକ୍ଷରେ ସମର୍ଥନ କରୁଛନ୍ତି । ପ୍ରଥମେ ଚୁପ୍ ବସିଥିବା କିଛି ଦେଶ ଅସ୍ତ୍ରଶସ୍ତ୍ର ରେ ମଧ୍ୟ ଯୁକ୍ରେନକୁ ସହାୟତା କରୁଛନ୍ତି । ଏହାରି ଭିତରେ ଦୁଇ ଦେଶ ମଧ୍ୟରେ ଏବେ ଆର-ପାର ଲଢେଇ ଜାରି ରହିଛି । ରାଜଧାନୀ କିଭ୍ ର ୩ ପଟୁ ଘେରିଛନ୍ତି ରୁଷ ସେନା । ଏୟାରଷ୍ଟ୍ରାଇକ୍ ସହ ସ୍ଥଳଭାଗରେ ମଧ୍ୟ ରୁଷ ସେନା କିଭ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି । ଆସନ୍ତା ୩-୪ ଦିନ ଭିତରେ ରୁଷ ସେନା ବଡ ଧରଣ ର ହମଲା କରିବା ପାଇଁ ରଣନୀତି ବନାଉଥିବା ଆକଳନ କରାଯାଉଛି ।