ଓଡ଼ିଆ ବିଷୟରେ ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗରେ ଫୁଲ୍ ମାର୍କ ଦେଲା

0
124
ଓଡ଼ିଆ ବିଷୟରେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୬/୦୩) : ସିବିଏସଇ ଦଶମ ଶ୍ରେଣୀ ଟର୍ମ ୱାନ୍ ପରୀକ୍ଷା ର ଓଡ଼ିଆ ବିଷୟରେ ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗରେ ଫୁଲ୍ ମାର୍କ ଦେଲା ସିବିଏସଇ । ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଲା ସିବିଏସଇ । 

ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ । ଓଡ଼ିଆ ବିଷୟରେ ପ୍ରଶ୍ନପତ୍ର ତ୍ରୁଟି ଥାଇ ସୁଦ୍ଧା ଯେଉଁ ଛାତ୍ରଛାତ୍ରୀ ଉତ୍ତର ଦେବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଫୁଲ୍ ମାର୍କ ମିଳିଲା ।

ଭୁଲ ପ୍ରଶ୍ନପତ୍ର କୁ ନେଇ ତୀବ୍ର ବିବାଦ ଦେଖାଦେବା ପରେ ଏକ୍ସପର୍ଟ କମିଟି ଗଠନ କରିଥିଲା ସିବିଏସଇ ଏବଂ ଏହି କମିଟି ର ରିପୋର୍ଟ ଅନୁସାରେ ଫୁଲ୍ ମାର୍କ ଦେଲା ସିବିଏସଇ ।

ସିବିଏସଇ ଦଶମ ଶ୍ରେଣୀ ଟର୍ମ ୱାନ୍ ପରୀକ୍ଷା ର ଓଡିଆ ବିଷୟରେ ଦିଆଯାଇଥିବା କିଛି ପ୍ରଶ୍ନପତ୍ର ଏବଂ ଉତ୍ତର ପତ୍ରରେ ତାଳମେଳ ନଥିଲା । ଗୋଟିଏ କିମ୍ବା ଦୁଇଟି ନୁହେଁ ୧୩ ଟି ପ୍ରଶ୍ନର ଉତ୍ତର ପତ୍ର ସହ ସାମଞ୍ଜସ୍ୟ ନଥିବା ବେଳେ ଚାରୋଟି ପ୍ରଶ୍ନରେ ବ୍ୟାକରଣଗତ ତ୍ରୁଟି ରହିଥିବା ଦେଖିବାକୁ ମିଳିଥିଲା ।