ପୁଣି ଚିନ୍ତା ବଢ଼ାଇଲା ଚୀନ୍ : ଏକା ଥରେ ବଢିଲା ୫ ହଜାର ମାମଲା

0
163
ପୁଣି ଚିନ୍ତା ବଢ଼ାଇଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଚୀନ୍/ନୂଆଦିଲ୍ଲୀ, (୧୬/୦୩) : ପୁଣି ଚିନ୍ତା ବଢ଼ାଇଲା ଚୀନ୍ । କରୋନା ର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନ୍ ରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଛି । ଚୀନ୍ ରେ କରୋନା ର ନୂଆ ଭାରିଆଂଟ ଯୋଗୁଁ ସଂକ୍ରମଣ ବଢୁଥିବା କୁହାଯାଉଛି । 

ପୁଣି ଚିନ୍ତା ବଢ଼ାଇଲା ଚୀନ୍ ! ଗତ ୨୪ ଘଣ୍ଟାରେ ୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପୂର୍ବ ସଂକ୍ରମଣ ସଂଖ୍ୟା ର ଦୁଇ ଗୁଣ । ସଂକ୍ରମଣ ହାରରେ ହଠାତ୍ ବୃଦ୍ଧି ଯୋଗୁ ଦେଶ ର ବହୁ ସହରରେ ଲକ୍ଡାଉନ ଘୋଷଣା କରିବା ସହ କୋଟି କୋଟି ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ୍ ସରକାର ।

ପ୍ରାୟ ୩ କୋଟି ଲୋକ କଟକଣା ମାନି ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଚୀନ୍ ରେ ଚିହ୍ନଟ ହୋଇଥିବା କରୋନା ର ଏହି ନୁଆଁ ଭାରିଆଂଟ ଅନ୍ୟ ଦେଶ ଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରୁଛି ।