ହାତୀ ଆକ୍ରମଣ ରେ ଭୟଭୀତ ହୋଇ ରହିଛନ୍ତି ଗ୍ରାମବାସୀ

0
135
ହାତୀ ଆକ୍ରମଣ ରେ

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ/ମୁନିଗୁଡା, ତା (୧୫/୩) : ରାୟଗଡା ଜିଲ୍ଲା ର ମୁନିଗୁଡା ବ୍ଲକ ଓ ବିଷମକଟକ ବ୍ଲକ ର ଡାକୁଲୁଗୁଡା, ବୁଡାହାଡା, ବାଲ୍ଲାକୁପା, ମରିଚପାଡୁ, ଝିଆରି ଗ୍ରାମ ର କିଛି ଲୋକ ହାତୀ ଆକ୍ରମଣ ରେ ଭୟଭୀତ ହୋଇ ରହିଛନ୍ତି । WhatsApp Image 2022 03 16 at 10.21.51 AM ହାତୀ ଆକ୍ରମଣ ରେ ଭୟଭୀତ ହୋଇ ରହିଛନ୍ତି ଗ୍ରାମବାସୀ

ଗତ ଦିନରେ ମୁନିଗୁଡା ପି ଏଚ ଡି ନିକଟସ୍ଥ ଜଣେ ଲୋକ ହାତୀ ଆକ୍ରମଣ ରେ ଗୁରୁତର ଆହତ ହୋଇ ଅଛନ୍ତି । ଆଜି ମୁନିଗୁଡା ରେଞ୍ଜର ଶ୍ରୀ ପ୍ରସନ୍ନ କୁମାର ମିଶ୍ର ବୁଝି ନେଇଥିବା ବେଲେ ତାଙ୍କର ବନ ବିଭାଗ ଷ୍ଟାଫ କୁ ନେଇ ଆଜି ରାତ୍ର ସମୟ ରେ ପେଟ୍ରୋଲଙ୍ଗି କରିଥିଲେ । ମୁନିଗୁଡା ଠାରୁ ଆରମ୍ଭ କରି ବିଷମ କଟକ ବ୍ଲକ ର କୁଟ୍ରାଗଡ, ଡାକୁଲୁଗୁଡା, ବଡାହାଡା ବାଲ୍ଲା କୁପା, ମରିଚପାଡୁ, ଝିଆରି ପର୍ଯ୍ୟନ୍ତ ଯାଇ ବନପାଳ ଶ୍ରୀ ଡମ୍ବରୁଧର ସେନାପତି ତାଙ୍କର ଟିମ କୁ ନେଇ ରାତି ମଧ୍ୟରେ ବଣ ଜଙ୍ଗଲ ବୁଲି ପେଟ୍ରୋଲିଙ୍ଗ ଜାରି ରଖିଛନ୍ତି ।

ଏଣୁ ଅଞ୍ଚଳ ର ଆଦବାସୀ ଲୋକ ମାନେ ଭୟଭୀତ ହୋଇ ରହିଛନ୍ତି । ବାଲିଗୁଡା ଓ କୋଟଗଡ ଅଞ୍ଚଳ ଦେଇ ଆସୁଥିବା ହାତୀ ରେଞ୍ଜ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।