ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କେରିଅର ଗାଇଡାନ୍ସ ଓ କେରିଅର କାଉନସିଲ ବୈଠକ ଅନୁଷ୍ଠିତ

0
148
ନେହେରୁ ଯୁବ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୬/୩) : ସୋନପୁର ମହାବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ଆନୁକୁଲ୍ୟରେ କେରିଅର୍ ଗାଇଡାନ୍ସ ଓ କେରିଆର କାଉନସିଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 03 16 at 9.11.15 PM 3 ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କେରିଅର ଗାଇଡାନ୍ସ ଓ କେରିଅର କାଉନସିଲ ବୈଠକ ଅନୁଷ୍ଠିତ

ବ୍ୟସ୍ତ ବହୁଳ ଜୀବନରେ କିପରି ଭାବ ରେ ଆଜି ର ଛାତ୍ର ଛାତ୍ରୀ ମାନେ ଆତ୍ମ ନିର୍ଭର ଶୀଳ ହୋଇ ନିଜେ ସ୍ୱାବଲମ୍ବୀ ହୋଇ ପାରିବେ ସେ ବିଷୟ ରେ ଆଲୋଚନା କରିଥିଲେ । ଏଥିରେ ନେହେରୁ ଯୁବ କେନ୍ଦ୍ର ର ଯୁବ ସଂଯୋଜକ ଏନ. ନରସିଂହ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଡୋଳାମଣି ପଟେଲ, କଲେଜ ଅଧ୍ୟକ୍ଷ ଆର. ଏଲ. ଆଚାର୍ଯ୍ୟ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବକେନ୍ଦ୍ର ର ବିପିନ ବିହାରି ଜେନା, କୃପା ସିନ୍ଧୁ ସା, ଲଳିତ କୁମ୍ଭାର , ସୋନାଲି ପାତ୍ର , ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ରେ ସହଯୋଗ କରିଥିଲେ ।