ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି

0
409
ପୋଲ ନିର୍ମାଣ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୭/୦୩) : ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ଖୋର୍ଦ୍ଧା -ବଲାଙ୍ଗୀର ରେଳ ପଥ ଉପରେ ଗତ କାଲି ଅଭିଯୋଗ ହୋଇଥିବା ଘଟଣାଟି ଜିଲ୍ଲାପାଳଙ୍କୁ ଅଭିଯୋଗ ଓ଼ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଲା ପରେ ଆଜି ପୋଲ ନିର୍ମାଣ ପାଇଁ ବୌଦ୍ଧ ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନରେ ଆସିଥିବାର ସୂଚନା ମିଳିଛି |

ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ବିରାମଚନ୍ଦ୍ର ପୁର ଗ୍ରାମ ର ୫୦ ଏକର ଜଳାଶୟ (ବଡ ବନ୍ଧ) ଉପରେ ଖୋର୍ଦ୍ଧା -ବଲାଙ୍ଗୀର ରେଳ ଧାରଣା ଯାଉଥିବାରୁ ଜଳାଶୟକୁ ପୋତି ରେଳ ଧାରଣା ତିଆରି କରାଯିବା ଗ୍ରାମବାସୀ ବିଶେଷ ସୂତ୍ରରୁ ଜାଣିପାରିବାରୁ ବୌଦ୍ଧ ଜିଲ୍ଲାପାଳଙ୍କ ଜଳାଶୟ ଉପରେ ପୋଲ ନିର୍ମାଣ କରି ରେଳ ଧାରଣା ଦିଆଯିବା ପାଇଁ ଲିଖିତ ଅଭିଯୋଗ କରିଥିଲେ | ଏହାକୁ ନେଇ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ଼ ରେଲୱେ ର ଡେପୁଟି ଚିପ ଇଞ୍ଜିନିଅର ଆର କେ ମହାନ୍ତି କ୍ଷେତ୍ର ପରିଦର୍ଶନ କରି ପୋଲ ତିଆରି ହେବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି |