ଶ୍ରୀମନ୍ଦିର ଭିତର କୁ ଧସେଇ ପଶିଲେ ଭକ୍ତ : ବ୍ୟାରିକେଡ ଭାଙ୍ଗିଲେ, ମନ୍ଦିର ଭିତରକୁ ପଶିଲେ

0
172
ଶ୍ରୀମନ୍ଦିର ଭିତର କୁ

ରିପୋର୍ଟ : ଆରୁଶ୍ରୀ //
ପୁରୀ, (୧୮/୦୩) : ଶ୍ରୀମନ୍ଦିର ଭିତର କୁ ଧସେଇ ପଶିଲେ ଶ୍ରଦ୍ଧାଳୁ । ଫଳରେ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଥିବା ବେଳେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି ।

ଧସ୍ତାଧସ୍ତିରେ କିଛି ମହିଳା ତଳେ ପଡି ଯାଇଥିବା ବେଳେ ଦଳଚକଟା ସ୍ଥିତି ଉପୁଜିଥିଲା । ଆଉ ଏହା ଭିତରେ ବ୍ୟାରିକେଟ ଭାଙ୍ଗି ଶହ ଶହ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତର କୁ ପଶିଥିଲେ । ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ ହୋଇଥିବା ବେଳେ କିଛି ସେବାୟତ ତଳେ ପଡି ଯାଇଥିବା ମହିଳାଙ୍କୁ ଉଦ୍ଧାର କରିଥିଲେ ।

ଆଜି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ସୁନାବେଶ ହେଉଛି । ଆଉ ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ବଡ ଦାଣ୍ଡରେ ହଜାର ହଜାର ଭକ୍ତ ଭିଡ ଜମାଇଛନ୍ତି । ତେବେ ନୀତି ବିଳମ୍ବ କାରଣରୁ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ବନ୍ଦ ଥିଲା । ଆଉ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଥିଲା ଠେଲାପେଲା ଧସ୍ତାଧସ୍ତି । କେମିିତି ମନ୍ଦିର ଭିତରେ ଆଗେ ପ୍ରବେଶ କରିବେ ତାକୁ ନେଇ ଭକ୍ତଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା । ଯାହା ଫଳରେ ଏଭଳି ସ୍ଥିତି ଉପୁଜିଥିଲା । ବଡଦାଣ୍ଡରେ ପ୍ରାୟ ଦେଢ କିଲୋମିଟର ବ୍ୟାପି ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥିବା ବେଳେ ପୋଲିସ ପ୍ରଶାସନ ଭିଡ଼ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଥିଲା ।