ଚା’ ଖଟି ରେ ଅତନୁ ନିର୍ବାଚନ ପ୍ରଚାର ର ନୂଆ ତରିକା

0
233
ଚା' ଖଟି ରେ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/୦୩) : ଆଜି ଗଜପତି ଜିଲ୍ଲା ର କାଶୀନଗର ପୌର ନିର୍ବାଚନ ରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମହକାଳ ପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏକ ନୂଆ ତରିକାରେ ଚା’ ଖଟି ରେ ନିର୍ବାଚନ ପ୍ରଚାର ରେ ଯୋଗ ଦେଇଛନ୍ତି । 

ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଜି କାଶୀନଗର ଠାରେ ସନ୍ଧ୍ୟା ରେ ପହଞ୍ଚି ୱାର୍ଡ ନ ୧୧ ର ଷ୍ଟେଟ ବ୍ୟାଙ୍କ ଛକ ରେ ଏକ ଚା’ ଖଟି ରେ ବିଭିନ୍ନ ବର୍ଗ ର ଲୋକ ଙ୍କ ସହ ସାକ୍ଷାତ କରି ଆଲୋଚନା କରୁଛନ୍ତି । ଏହି ଖଟିରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗା ବରା ତିରୁପତି ରାଓ, ଅଖିଳ କୁମାର ପାତ୍ର ମଧ୍ୟ ଯୋଗ ଦେଇଥିଲେ । ୱାର୍ଡ ନ ୧୧ ର ପ୍ରାର୍ଥୀ ରଘୁରାମ ସାହୁ ମଧ୍ୟ ଏହି ଖଟି ରେ ଉପସ୍ଥିତ ଥିଲେ ।