ହୋଲିକା ଦହନ ରେ ଡ୍ୟାନ୍ସ କରୁଥିବା ଯୁବକ ନିଜ ଛାତିରେ ଭୁଷିଲା ଛୁରୀ

0
143
ହୋଲିକା ଦହନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //

ଇନ୍ଦୋର, (୧୯/୦୩) : ମଧ୍ୟପ୍ରଦେଶ ର ଇନ୍ଦୋର ର ବାଣଗଙ୍ଗାରେ ହୋଲିକା ଦହନ କାର୍ଯ୍ୟକ୍ରମରେ ଜଣେ ଯୁବକ ଡ୍ୟାନ୍ସ କରି କରି ନିଜ ଛାତିରେ ଭୁଷିଦେଲା ଛୁରୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ଛଟପଟ ହୋଇ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।

ବାଣଗଙ୍ଗା ଥାନା ଏସଆଇ ଯୋଗେଶ କରସିଆ କହିଛନ୍ତି ଯେ, ଗୁରୁବାର ବିଳମ୍ବିତ ରାତି ୩ଟା ସବୟରେ କୁଶୱାହା ନଗରରେ ଏହି ଘଟଣା ଘଟିଥିଲା । ସେଠାରେ ୩୮ ବର୍ଷୀୟ ଗୋପାଳ ନିଜର ସାଙ୍ଗ ଓ ପରିବାର ଲୋକଙ୍କ ସହ ହୋଲିକା ଦହନ ରେ ଡ୍ୟାନ୍ସ କରୁଥିଲେ । ଗୀତରେ ନାଚି ନାଚି ସେ ହାତରେ ଏକ ଛୁରୀ ନେଇ ନିଜକୁ ମାରିବାର ଅଭିନୟ କରିଥିଲେ । କିନ୍ତୁ ଛୁରୀଟି ଗୋପାଳଙ୍କ ଛାତି ଭିତରକୁ ପଶିଯାଇଥିଲା । ଏହି କାରଣରୁ ତାଙ୍କୁ ଛାତିରୁ ଜୋରରେ ରକ୍ତ ବୋହିବାକୁ ଲାଗିଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଗୋପାଳଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ପୋଲିସର କହିବା ମୁତାବକ, ଗୋପାଳଙ୍କ ପ୍ରଥମ ପତ୍ନୀ ଓ ପୁଅ ଏବଂ ପିତା-ମାତା ଏକାଠି ରୁହନ୍ତି । ସେ ଅନ୍ୟ ଏକ ମହିଳାଙ୍କୁ ବି ନିଜ ପାଖରେ ରଖିଥିଲେ । ସେମାନଙ୍କ ସହ ଗୋପାଳ ଡ୍ୟାନ୍ସ କରୁଥିଲେ । ସମସ୍ତ ସାଙ୍ଗମାନେ ମଦ ପିଇଥିଲେ । ରାତିରେ ନାଚିବା ପୂର୍ବରୁ ସେ ଛୁରୀ ନେଇ ଆସିଥିଲା । ସେ ହାତରେ ଛୁରୀ ଧରି ଫିଲ୍ମ ଗରତରେ ଡ୍ୟାନ୍ସ କରିଥିଲେ ଓ ଗୁରୁତର ହୋଇଥିଲେ । ପୋଲିସ ଏହି ଘଟଣା ର ତଦନ୍ତ ଜାରି ରଖିଛି ।