ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ : ଗ୍ୟାସ୍ ସିଲିଣ୍ଡର ଫାଟି ଲାଗିଲା ନିଆଁ

0
124
ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜୟପୁର, (୨୦/୦୩) : ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ । କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁରରେ ଥିବା ରଘୁନାଥ ମନ୍ଦିର ରେ ଗ୍ୟାସ ସିଲିଣ୍ଡର ଫାଟି ଅଘଟଣ ଘଟିଛି ।

ସୂଚନାନୁସାରେ, ରବିବାର ସକାଳେ ଜୟପୁରରେ ଥିବା ରଘୁନାଥ ମନ୍ଦିରରେ ଥିବା ଏକ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା । ଫଳରେ ମନ୍ଦିର ରେ ଅଗ୍ନିକାଣ୍ଡ ଘଟିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, କମ୍ ସମୟରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖ କୁ ବ୍ୟାପି ଯାଇଥିଲା ।

ସ୍ଥାନୀୟ ଲୋକ ଙ୍କ ଦ୍ୱାରା ମନ୍ଦିର ରେ ନିଆଁ ଲାଗିଯିବା ବାବଦରେ ତୁରନ୍ତ ଜୟପୁରରେ ଥିବା ଅଗ୍ନିଶମ ବାହିନୀ କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳ ରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିଆଁ ଲିଭାଇବା ପରେ କ୍ଷୟ କ୍ଷତି ର ଆକଳନ କର ଯିବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।