ପୁରୁଣାକଟକ ପଞ୍ଚାୟତ ଠାରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ସଂଗ୍ରହ ହେଲା ୫୩ ୟୁନିଟ ରକ୍ତ

0
302
ପୁରୁଣାକଟକ ପଞ୍ଚାୟତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୦/୦୩) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରବିବାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ପୁରୁଣାକଟକ ପଞ୍ଚାୟତ ଠାରେ ସରପଞ୍ଚ ଅଶୋକ ସେଠି, ମାଁ ଭୈରବୀ ସେବା ସଙ୍ଗଠନ, ପୁରୁଣା କଟକ ଭୈରବି ଡ଼ିଗ୍ରୀ ମହାବିଦ୍ୟାଳୟ ୟୁଥ ରେଡ଼କ୍ରସ ଏବଂ କିଡ୍ନୀ ପ୍ରପୀଡ଼ିତ ନାଗରିକ କମିଟି ର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୁଣା କଟକ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଅଶୋକ ସେଠି ଏବଂ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ଼ ଚିନ୍ମୟ ମିଶ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରଥିଲେ । ରେଡ଼କ୍ରସ ଜ଼ୀଲ୍ଲା ସଂଯୋଜକ ସୁରେଶ୍ୱର ଯୋଶୀ ଏବଂ କିଡ୍ନୀ ପ୍ରପୀଡ଼ିତ ନାଗରିକ କମିଟି ର ଆବାହକ ବିକାଶ ମହାକୁଡ଼ ଉପସ୍ଥିତ ରହି ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |46d1d3c7 5070 43a7 95fe 3a7c5857fdb1 ପୁରୁଣାକଟକ ପଞ୍ଚାୟତ ଠାରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ସଂଗ୍ରହ ହେଲା ୫୩ ୟୁନିଟ ରକ୍ତ

ଯୁବ ପିଢ଼ି ବହୁ ଉତ୍ସହ ସହିତ ରକ୍ତଦାନ କରିଥିଲେ | ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ରଶ୍ମିତା ଷଡ଼ଙ୍ଗୀ ଓ଼ ରୁଚି ସେଠି ନାମକ ଦୁଇଜଣ ଛାତ୍ରୀ ବହୁ ଆନନ୍ଦ ସହିତ ସ୍ୱେଚ୍ଛା କୃତ ଭାବରେ ରକ୍ତଦାନ କରିଥିଲେ | ଏହି ରକ୍ତଦାନ ଶିବିର ମୁଖ୍ୟ ଉଦେଶ୍ୟ ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ଓ଼ ଆଗାମୀ ଗ୍ରୀଷ୍ମ ଋତୁରେ ବୌଦ୍ଧ ଜିଲ୍ଲା ରେ ରକ୍ତର ଅଭାବ ରେ କୌଣସି ସାଧାରଣ ନାଗରିକ ଯେମିତି ଅସୁବିଧା ନ ପଡେ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି |