କାଶୀନଗର ମ୍ୟୁନିସିପାଲିଟି ନିର୍ବାଚନ : ୪ ବିଜେଡ଼ି ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ

0
254
କାଶୀନଗର ପୌର ନିର୍ବାଚନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୩) : କାଶୀନଗର ମ୍ୟୁନିସିପାଲିଟି ନିର୍ବାଚନ ବାତାବରଣ ଦିନକୁ ଦିନ ସରଗରମ ହେଉଛି । ୪ ଜଣ ବିଜେଡ଼ି ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବିଜେପି ଓ ବିଜେଡ଼ି ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗି ରହିଛି ।

ଗତକାଲି ପ୍ରାର୍ଥୀ ପ୍ରତ୍ୟାହାର ର ଶେଷ ଦିନ ଥିଲା । ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଅଧ୍ୟକ୍ଷ ପାଇଁ ମୁହଁ ମୁହିଁ ପ୍ରତିଦ୍ୱନ୍ଦିତା ହେବ । କାଶୀନଗର ମ୍ୟୁନିସିପାଲିଟି ନିର୍ବାଚନ ରେ ୪ ଜଣ ବିଜେଡ଼ି ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ଏହି ନିର୍ଦ୍ୱନ୍ଦ ନିର୍ବାଚନ ପଛରେ ବିଜେପି ର ଚାଲ ଥାଇ ପାରେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ୍ ମଧ୍ୟ ନିରବ ହୋଇଗଲା, ଏହା ମଧ୍ୟ ଏକ କରଣ ହୋଇପାରେ । ଏଣୁ ନିର୍ବାଚନ ଆହୁରି ୯ ଦିନ ବାକି ରହିଛି । ଏବେ ବି ଚିତ୍ର ଅସ୍ପଷ୍ଟ ହୋଇ ରହିଛି ।