କମିଲା ଅଶୋଧିତ ତୈଳ ଦର : ନୂଆ ପେଟ୍ରୋଲ-ଡିଜେଲ ଦାମ୍ ଜାରି କଲେ କମ୍ପାନୀ

0
164
କମିଲା ଅଶୋଧିତ

ରିପୋର୍ଟ : ଓଡିଶା ନ୍ୟୁଜ୨୪ //
ନୂଆଦିଲ୍ଲୀ, (୨୧/୦୩) : କମିଲା ଅଶୋଧିତ ତୈଳ ଦର । ବ୍ୟାରେଲ ପିଛା ଦର ରେକର୍ଡ ସ୍ତରରେ ପହଁଚିବା ପରେ ଧିରେଧିରେ କମିବା ଆରମ୍ଭ କରିଛି । ଏହାମଧ୍ୟରେ ଦେଶର ବିଭିନ୍ନ ତୈଳ କମ୍ପାନୀ ସୋମବାର ନୂଆ ଦର ଜାରି କରିଛନ୍ତି ।

କିଛି ଦିନ ହେଲା ଋଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ଅଶୋଧିତ ତୈଳ ଦର ବଢିବାରେ ଲାଗିଥିଲା । ହୁହୁ ହୋଇ ବଢିଥିଲା ଦାମ୍ । କମିଲା ଅଶୋଧିତ ତୈଳ ଦର । କିଛି ବିଶେଷଜ୍ଞ ନିର୍ବାଚନ ସରିବା ପରେ ଘରୋଇ ବଜାରରେ ଏହାର ପ୍ରଭାବ ପଡିବା ସହ ତୈଳ ଦର ବଢିବ ବୋଲି କହୁଥିଲେ । କିନ୍ତୁ ସୋମବାର ଜାରି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ୩ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୮୬.୬୭ ରହିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୯୮ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୪.୧୪ ଟଙ୍କା । କୋଲକାତାରେ ପେଟ୍ରୋଲ ଦାମ୍ ୧୦୪.୬୭ ଟଙ୍କା ଥିଲା ବେଳେ ଡିଜେଲ ୮୯.୭୯ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୧.୪୦ ଟଙ୍କା ଥିଲା ବେଳେ ପେଟ୍ରୋଲ ୯୧.୪୩ ଟଙ୍କା ରହିଛି । ଭୁବନେଶ୍ୱରରେ ମଧ୍ୟ ପୂର୍ବଦିନ ପରି ଦର ଅପରିବର୍ତ୍ତିତ ରହିଛି । ଏଠାରେ ପେଟ୍ରୋଲ ୧୦୧ ଟଙ୍କା ୪୦ ପଇସା ରହିଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଅଶୋଧିତ ତୈଳ ଦର ବଢିବାରେ ଲାଗିଥିଲା । ଅନ୍ତରାଷ୍ଟ୍ରୀୟ ସ୍ତର ଅନୁସାରେ ହିଁ ଘରୋଇ ବଜାରରେ ତୈଳ ଦର ସ୍ଥିର କରାଯାଏ । ଗତ ନଭେମ୍ବର ୩ ତାରିଖରେ ପେଟ୍ରୋଲ-ଡିଜେଲ ଉପରୁ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହାପରେ ସମସ୍ତ ରାଜ୍ୟ ସରକାର ମଧ୍ୟ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଫଳରେ ରେକର୍ଡ ସ୍ତରରେ ପହଁଚିବା ପରେ ଦାମ୍ କମିଥିଲା । ଏବେ ଭାରତ ସରକାର ଋଷଠୁ ତୈଳ କିଣିବା ପାଇଁ ଯୋଜନା କରୁଛନ୍ତି । ସେପଟେ ଇରାନ ମଧ୍ୟ ସରକାରଙ୍କୁ ତୈଳ କିଣିବା ପାଇଁ କହିଛି |