ଭାରତ ଆସିଲା ମେଡିକାଲ ଛାତ୍ର ନବୀନଙ୍କ ମୃତଦେହ

0
165
ଭାରତ ଆସିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କର୍ଣ୍ଣାଟକ, (୨୧/୦୩) : ଦୀର୍ଘ ୨୦ ଦିନରେ ପରେ ପୁଅ ର ମୃତଦେହକୁ ପାଖରେ ପାଇଲେ ବାପା ମା’ । ଆଜି ରାତି ସୁଦ୍ଧା ଭାରତ ଆସିଲା ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ ।

ଆଜି ଭାରତ ଆସିଲା ମେଡିକାଲ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ । ଏଥିପାଇଁ ୟୁକ୍ରେନ ସରକାରଙ୍କ ସମସ୍ତ କାଗଜପତ୍ର କାମ ଶେଷ ହୋଇଥିବା କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ନବୀନଙ୍କ ବାମ, ମା’ ପୁଅକୁ ଶେଷ ଦର୍ଶନ କରି ଶ୍ରଦ୍ଧାଂଜଳି ଦେବା ପରେ ତାଙ୍କ ମୃତଦେହକୁ ଏକ ହସ୍ପିଟାଲକୁ ମେଡିକାଲ ଛାତ୍ରଙ୍କ ପାଠପଢା ପାଇଁ ଦାନ କରିବେ ।

ୟୁକ୍ରେନ ଖାରକିବରେ ମେଡିକାଲର ଶେଷ ବର୍ଷର ଛାତ୍ର ଥିଲେ ନବୀନ । ଅଧିକ ମାର୍କ ରଖି ସୁଦ୍ଧା ଭାରତରେ ମେଡିକାଲ ପଢିବାର ସୁଯୋଗ ନମିଳିବାରୁ ବାଧ୍ୟ ହୋଇ ୟୁକ୍ରେନରେ ଯାଇ ମେଡିକାଲ ପଢିଥିଲେ । ହେଲେ ଯୁଦ୍ଧ ଭିତରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଋଷ ସହ ୟୁକ୍ରେନର ଯୁଦ୍ଧ ଯୋଗୁଁ ସେଠାରେ ମେଡିକାଲ ପଢୁଥିବା ହଜାର ହଜାର ଛାତ୍ରଛାତ୍ରୀ ଦେଶ ଛାଡି ପଳାଇ ଆସିଲେ । ହେଲେ ବଙ୍କର ଭିତରେ ଥିଲେ ନବୀନ ଓ ତାଙ୍କ ସାଥୀ ।

ମାର୍ଚ୍ଚ ୧ ତାରିଖରେ ଖାଦ୍ୟ କିଣିବାକୁ ବଙ୍କର ବାହାରକୁ ଆସିଥିବା ବେଳେ ଋଷ ସେନା ର ଏକ ବୋମା ମାଡରେ ପ୍ରାଣ ହରାଇଥିଲେ ନବୀନ । ହେଲେ ପରିବହନ ସମସ୍ୟା ଯୋଗୁଁ ସେଠାରେ ଅଟକି ରହିଥିଲା ନବୀନଙ୍କ ଶବ । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାଙ୍କୁ ଗୁହାରୀ କରିବା ପରେ ସେମାନଙ୍କ ସହାୟତାରେ ଆଜି ଭାରତକୁ ଅଣାଯିବ ନବୀନଙ୍କ ମୃତଦେହ ।