ପୈାର ନିର୍ବାଚନ ଵିଗୁଲ ବାଜିବା ପରେ ଵିଜୁ ଜନତା ଦଳର ପ୍ରେସ ମିଟ୍

0
159
ପୈାର ନିର୍ବାଚନ ଵିଗୁଲ

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣପୁର, (୨୧/୦୩) : ପୈାର ନିର୍ବାଚନ ଵିଗୁଲ ବାଜିବା ପରେ ଗୁଣପୁରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଵିଜେପି ଓ କଂଗ୍ରେସ ର ଛାମୁଆ ନେତାମାନେ ବିଜେଡିରେ ଯୋଗଦେବା ରାଜନୈତିକ ବାତାବରଣକୁ ଆହୁରି ସରଗରମ କରିଛି ।

ପୈାର ନିର୍ବାଚନ ଵିଗୁଲ ବାଜିବା ପରେ ପ୍ରଚାର ମଇଦାନରେ ବିଜେଡ଼ି ସବୁଠାରୁ ଆଗରେ ରହିଥିବା ଦେଖିବାକୁ ମିଳିଛି । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାସ, ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟଵେକ୍ଷକ ଅତନୁ ସବ୍ୟସାଚୀ ନାୟକ ଓ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ପ୍ରଚାର ମଇଦାନରେ ଅଵତରଣ ଦଳର ଵିଜୟ ଦିଗରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।

ପ୍ରଥମ ଥର ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ପୈାର ନିର୍ବାଚନ ଅବସରରେ ଏକ ପ୍ରେସ ମିଟ୍ ର ଆୟୋଜନ କରାଯାଇଥିଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାସ ନିଜ ଅଭିଭାଷଣରେ କହିଥିଲେ ଯେ, ଗୁଣପୁର ପୈାର ପରିଷଦ ନିର୍ବାଚନ ରଣାଙ୍ଗନରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଧ୍ୟକ୍ଷା ପ୍ରାର୍ଥୀନୀ ସଂଯୁକ୍ତା ସାହୁ ଓ ୧୯ ଟି ୱ।ଡ ର କାଉନସିଲର ପ୍ରାର୍ଥୀ ମାନେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଵିଜେଡି ସରକାର ର ଲୋକାଭିମୁଖୀ ଯୋଜନା ଯଥା, ଆହାର ଯୋଜନା, ଜାଗା ମିଶନ, ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତିକରଣ, ଵସ୍ତି ପଟ୍ଟା ବଣ୍ଟନ, ଵିଜୁ ପକ୍କା ଘର, ସମସ୍ତ ସାହିରେ ପକ୍କା ରାସ୍ତା ଓ ନାଳ ନିର୍ମାଣ, ଗୋଷ୍ଠୀ ସୈ।ଚାଳୟ ନିର୍ମାଣ, ବିଭିନ୍ନ ଅଞ୍ଚଳରେ ଆଲୋକିକରଣ, ପାର୍କ ନିର୍ମାଣ, ସାତ କୋଟି ଟଙ୍କା ବ୍ୟୟରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଟେଣ୍ଡର, ଦୁଇ କୋଟି ଟଙ୍କା ବ୍ୟୟରେ ଶେଫାଳୀ ପାହାଡ଼କୁ ରାସ୍ତା, ୭୦ ଲକ୍ଷ ଟଙ୍କା ବ୍ୟୟରେ ମଡେଲ ଲାଇବ୍ରେରୀ, ୭୫ ଲକ୍ଷ ଟଙ୍କା ବ୍ୟୟରେ ଆଧୁନିକ ଶଶ୍ମାନଘାଟ, ୧୦ କୋଟି ଟଙ୍କା ବ୍ୟୟରେ କପିଳପୁର ଠାରେ ୧୨ ଏକର ପରିମିତ ଜମିରେ ପୋଖରୀ ଓ ଵୋଟିଂ ୱ।ଟର ପାର୍କ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ନିର୍ବାଚନ ଆଚରଣବିଧି ଉଠିବା ପରେ ଖୁଵ୍ ଶିଘ୍ର ଏହା କାର୍ଯ୍ୟକାରୀ ହେଵ ଵୋଲି ସୁଧିର କୁମାର ଦାସ ସୂଚନା ଦେଇଛନ୍ତି ।

ଵିଜେଡି, ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ସହ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ ସ୍ବଚ୍ଛ ଭାବମୂର୍ତ୍ତିକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ ରଖିଛି । ତେଵେ ଜନତା କହା ମୁଣ୍ଡରେ ସୁନା କଳସି ଢାଳି ଗୁଣପୁର ପୈାର ଅଧ୍ୟକ୍ଷା ଆସନରେ ବସାଉଛନ୍ତି ଦେଖିବାକୁ ବାକି ରହିଲା ।