ଗଣେଷ ମନ୍ଦିର ପ୍ରତିଷ୍ଠା ଉତ୍ସବ

0
217
ଗଣେଷ ମନ୍ଦିର ପ୍ରତିଷ୍ଠା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୧/୦୩) : ଗଜପତି ଜିଲା କାଶୀନଗର ବ୍ଲକ ଉଲ୍ଲାଭଦ୍ରା ଗ୍ରାମ ପ୍ରାଙ୍ଗଣରେ ଗଣେଷ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଡମ୍ବର ସହ ପାଳିତ ହୋଇ ଯାଇଛି ।

 

ଏହି ଅବସରରେ ଭୋର ସକାଳେ ସ୍ଥାନୀୟ ପୁଲଗୁମ୍ମି ନାଳରୁ ଏକ କଳସ ଯାତ୍ରାରେ ଗାଁ ପରିକ୍ରମା କରି ପୂଜାମଣ୍ଡପରେ ପୂଜାପାଠର ଆୟୋଜନ କରାଯାଇଥିଲା । ତା’ପରେ ରତ୍ମମୁଦ, ଧ୍ୱଜ ସ୍ଥାପନ ସମେତ ହୋମ-ଯଜ୍ଞ, ପୂର୍ଣ୍ଣହୂତି, ଅନ୍ନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜକ ଭାବେ ପ୍ରକାଶ ରଥ ଓ ଜଗନ୍ନାଥ ମହାପାତ୍ର ରୀତିନୀତି ଅନୁଯାୟୀ ପୂଜାପାଠ କରିଥିବାବେଳେ କର୍ତ୍ତା ଭାବେ କେ.ନାଗେଶ୍ୱର ରାଓଙ୍କ ଦମ୍ପତି ବସିଥିଲେ । ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଗଣେଷ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ପ୍ରବଳ ଭକ୍ତଙ୍କ ଭିଡ ଜମିଥିଲା ।

ଗଜପତି ଜିଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଜିଲା ପରିଷଦ ସଭ୍ୟା ଆର.ରାଜଲକ୍ଷ୍ଣୀ, ସରପଞ୍ଚ ଗୋପାଳ ଗମାଙ୍ଗ, ନାଏବ ସରପଞ୍ଚ ବିନୋଦିନୀ ମହାଙ୍କୁଡ, ସମିତି ସଭ୍ୟ ପାର୍ବତୀ ଶବର, କାଶୀନନଗର ବ୍ଲକ ବିଜେଡି ସଭାପତି ଆର.ରାମପ୍ରସାଦ, ଆର.ସତିଶ, ସମିର ମହାଙ୍କୁଡ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କେ. ଦିଲିପ, କେ. କୋକନାଥ, କେ. ନରସିଂହ, କେ. ସମେଷୁ, ବି. ଗଣପତି, କେ. ପାଣ୍ଡୁଗୁ, ରମେଶ ସାହୁକାର ପ୍ରମୁଖ ପରିଚାଳନା ଦାୟିତ୍ବରେ ଥିଲେ ।