ସହିଦ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ : ପୁରସ୍କାର ଗ୍ରହଣ କଲେ ଦୁଇ ଝିଅ କ୍ରିତିକା, ତାରିଣୀ

0
138
ସହିଦ ବିପିନ ରାୱତଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୨/୦୩) : ସହିଦ ବିପିନ ରାୱତଙ୍କୁ ମିଳିଲା ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର । ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥିଲେ । ତେବେ ଏହି ପୁରସ୍କାର ତାଙ୍କର ଦୁଇ ଝିଅ କ୍ରିତିକା, ତାରିଣୀ ଗ୍ରହଣ କରିଛନ୍ତି ।

୨୦୨୨ ପାଇଁ ମୋଟ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ସହିଦ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଗତ ଡିସେମ୍ବର ମାସରେ ଦେଶ ର ପ୍ରଥମ ସିଡିଏସ ବିପିନ ରାୱତ ସହିଦ ହୋଇଥିଲେ । ହେଲିକପ୍ଟର କ୍ରାସରେ ସେ ନିଜ ଜୀବନ ହରାଇଥିଲେ ।

ତାଙ୍କ ଅମର ଆତ୍ମା କୁ ସମ୍ମାନ ଦେବାକୁ ଯାଇ କେନ୍ଦ୍ର ସରକାର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ସେହିପରି ଅନ୍ୟ ୩ ଜଣଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ଦିଆ ଯାଇଛି ।