ଆଜିର ମୁଖ୍ୟ ଖବର // ତାରିଖ ୨୩/୦୩/୨୨, ବୁଧବାର

0
136
ଆଜିର ମୁଖ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୩) : ଆଜିର ମୁଖ୍ୟ ଖବର ସହ କିଛି ରୋଚକ ଖବର ଯାହା ସାଧାରଣ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ତାହା ଏବେ ଆମେ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରୁଛୁ ।

ଆଜିର ମୁଖ୍ୟ ଖବର

୧- ଓଡ଼ିଶା ର ସୀତାକୁଣ୍ଡରୁ ଅଯୋଧ୍ୟା ଗଲା ପାଣି । ରାମ ମନ୍ଦିର ନିର୍ମାଣରେ ଲାଗିବ ମାଲକାନଗିରି ସୀତାକୁଣ୍ଡର ଜଳ ।

୨- ଥମିଲା ପୌର ନିର୍ବାଚନ ପ୍ରଚାର : ଶେଷ ଦିନରେ ଝାଳ ବୁହାଇଲେ ପ୍ରାର୍ଥୀ ଓ ନେତା, ମାର୍ଚ୍ଚ ୨୪ରେ ଭୋଟ୍, ୨୬ ରେ ହେବ ଭୋଟ୍ ଗଣତି ।

୩- ପାଣିପାଗ ବିଭାଗର ସତର୍କ ସୂଚନା, ୩ ଜିଲ୍ଲାରେ ବର୍ଷା ସହ ହେବ ବଜ୍ରପାତ ।

୪- କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ଆସି ।

୫- ନକଲି ଡାକ୍ତର ରମେଶ ସ୍ୱାଇଁର କ୍ରାଇମ ସିଣ୍ଡିକେଟ୍‌ ର ମୁଖ୍ୟ ଡ୍ରାଇଭର ଚିତରଞ୍ଜନକୁ ୫ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍‌ ।

୬- ବାଣପୁର କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

୭- ମାନସ ସ୍ୱାଇଁ ହତ୍ୟା ମାମଲା : ଶର୍ମିଷ୍ଠାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୪ ସପ୍ତାହ ଭିତରେ କୋର୍ଟରେ ହାଜର ହୁଅ ।

୮- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ ।

୯- ତୃତୀୟ ଶ୍ରେଣୀ ପିଲାଙ୍କ ଭାଷା, ଗଣିତ ସ୍ତର ର ସର୍ବେକ୍ଷଣ ହେବ । ରାଜ୍ୟ ର ୪୪୯ ସ୍କୁଲ ସାମିଲ ।

୧୦- ପୁରୀ : ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା, ଆଉ ୪ ଅଭିଯୁକ୍ତ ଗିରଫ ।

୧୧- ସରିଲା ନିର୍ବାଚନ ବଢିଲା ଦରଦାମ : ପେଟ୍ରୋଲ, ଡିଜେଲ ସହ ରୋଷେଇ ଗ୍ୟାସ ଦର ବୃଦ୍ଧି ନେଇ ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ।

୧୨- ‘ଦ କାଶ୍ମୀର ଫାଇଲ୍‌’ ପରେ ଏବେ ‘ଦ କେରଳ ଷ୍ଟୋରୀ’ : ୧୦ ବର୍ଷ ଭିତରେ ୩୨ ହଜାର ଝିଅ ଗାଏବ ହେବାର କାହାଣୀ କୁ ନେଇ ହେବ ପ୍ରସ୍ତୁତ ଚଳଚ୍ଚିତ୍ର ।

୧୩- ବିଜ୍ଞାପନରେ ‘ସେନସୋଡାଇନ୍’ ଟୁଥପେଷ୍ଟର ଦାବି ମିଥ୍ୟା, ୧୦ ଲକ୍ଷ ଟଙ୍କାର ଜରିମନା ସହ ୭ ଦିନରେ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ।

୧୪- ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ଅବନତି, ମେଡିକାଲ ବୋର୍ଡର ଯାଞ୍ଚ ପରେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ।