ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ : ଜାମିନ ଆବେଦନ ଖାରଜ

0
164
ଜେଲ ଗଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୩) : ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ରାତି ୧୨ଟାରେ ବିଧାୟକଙ୍କ ଜାମିନ୍ ଆବେଦନ ବାଣପୁର କୋର୍ଟ ଅଗ୍ରାହ୍ୟ କରିଦେବା ସହ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପରେ ବାହୁବଳୀ ବିଧାୟକଙ୍କୁ ବାଣପୁର ଜେଲକୁ ପଠାଇ ଦିଆଯାଇଛି । ବିଜେପି କର୍ମୀ ଓ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡି ଚଢାଇ ହତ୍ୟା ଉଦ୍ୟମ ମାମଲାରେ ଜେଲ ଗଲେ ପ୍ରଶାନ୍ତ ଜଗଦେବ ।

ଗତକାଲି ପ୍ରଶାନ୍ତ ଜଗଦେବ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ବାଣପୁର ପୋଲିସ ତାଙ୍କୁ ଗିରଫ କରି ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଜଜଙ୍କୁ କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ରାତି ପ୍ରାୟ ୯ଟା ୧୦ରେ ବାଣପୁର କୋର୍ଟରେ ହାଜର କରାଯାଇଥିଲା । ପୋଲିସ ପକ୍ଷରୁ ୧୮୮ ପୃଷ୍ଠାର କେସ୍ ଡାଏରୀ କୋର୍ଟରେ ଦାଖଲ କରାଯାଇଥିଲା ।

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭିଡ଼ ଭିତରେ ଲୋକଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୨୫ଜଣ ଆହତ ହୋଇଥିଲେ । ଉତ୍ୟକ୍ତ ଜନତା ତାଙ୍କୁ ଗାଡିରୁ ବାହାର କରି ଲହୁଲୁହାଣ କରିଥିଲେ । ଆହତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଡାକ୍ତରଖାନା ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିଲା ।