ବଲାଙ୍ଗୀର ମାଟିର ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ରାଜ୍ୟ ସ୍ତରୀୟ ବୈଦ୍ୟ ଶିରୋମଣି ସମ୍ମାନ

0
397
ବଲାଙ୍ଗୀର ମାଟିର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ବଲାଙ୍ଗୀର, (୨୩/୦୩) : ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, ଓଡିଶା ର ୪୫ ତମ ବାର୍ଷିକ ଉତ୍ସବରେ ବଲାଙ୍ଗୀର ମାଟିର ସୁପୁତ୍ର ଜନପ୍ରିୟ ଆୟୁର୍ବେଦ ଚିକିତ୍ସକ ସମାଜସେବୀ ଭାବେ ସୁପରିଚିତ ଶ୍ରୀ ଝସକେତନ ଗୁରୁଙ୍କୁ ରାଜ୍ୟ ସ୍ତରୀୟ ବୈଦ୍ୟ ଶିରୋମଣି ସମ୍ମାନ ୨୦୨୨ ରେ ସମ୍ମାନିତ କରିଛନ୍ତି |18953260 1838290766498766 1466941178466322842 o ବଲାଙ୍ଗୀର ମାଟିର ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ରାଜ୍ୟ ସ୍ତରୀୟ ବୈଦ୍ୟ ଶିରୋମଣି ସମ୍ମାନ

ସୂଚନା ଯେ ବଲାଙ୍ଗୀର ମାଟିର ବୈଦ୍ୟ ଶ୍ରୀ ଗୁରୁ ନିଜେ ବୃକ୍ଷଲତା, ଚେରିମୂଲୀ ସଂଗ୍ରହ କରି ନିଜେ ଔଷଧ ତିଆରି କରି ଉତ୍ତମ ଚିକିତ୍ସା ମାଧ୍ୟମରେ ବହୁ ଜଟିଳ ରୋଗ ର ନିରାକରଣ କରି ବିନା ସ୍ୱାର୍ଥରେ ଗରିବ ଅସହାୟଙ୍କ ଚିକିତ୍ସା କରି ସେମାନଙ୍କୁ ନବଜୀବନ ପ୍ରଦାନ କରନ୍ତି |0c92e0a7 2039 4519 8103 b49bd667824c ବଲାଙ୍ଗୀର ମାଟିର ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ରାଜ୍ୟ ସ୍ତରୀୟ ବୈଦ୍ୟ ଶିରୋମଣି ସମ୍ମାନ

ସେହିପରି ବରିଷ୍ଠ କବି, ଗାଳ୍ପିକ,ନାଟ୍ଯକାର, କଣ୍ଠ ଶିଳ୍ପୀ , ସୁସଂଗଠକ, ନିଷ୍ଠାପର ଶିକ୍ଷକ ତଥା ଆକାଶବାଣୀ ଉଦ୍ ଘୋଷକ ଶ୍ରୀ ନବକିଶୋର ବେହେରାଙ୍କୁ ତାଙ୍କର ଶିଶୁ ସାହିତ୍ୟ ପୁସ୍ତକ ” ତ୍ରିଧାରା ” ଏବଂ ଶିଶୁ କବିତା ସଂକଳନ ” ମାଆ ” ପାଇଁ ରାଜ୍ୟ ସ୍ତରୀୟ ଶିଶୁ ସାହିତ୍ୟ ସମ୍ମାନ -୨୦୨୨ ରେ ସମ୍ମାନିତ କରାଯାଇଛି ।

ଓଡିଆ ଭାଷା ସାହିତ୍ୟର ବରିଷ୍ଠ କବି ଡଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ, କବି ଡଃ.ହୁସେନ ରଵି ଗାନ୍ଧୀ ,ଡଃ.ସଂଗ୍ରାମ କେଶରୀ ସାମନ୍ତରାୟ, ବାଲେଶ୍ୱର ମହାରାଜା ଓ ମହାରାଣୀ ଙ୍କ ସମେତ ଭାରତ ର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବୈଦ୍ୟ ଶ୍ରୀ ଗୁରୁ ଓ ଶ୍ରୀ ବେହେରା ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସମ୍ମାନର ଅଧିକାରୀ ହୋଇଥିବାରୁ ବଲାଙ୍ଗିର ମାଟି ଆଜି ଗର୍ବିତ ।276306933 3122097778118052 8516385872994717575 n ବଲାଙ୍ଗୀର ମାଟିର ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ରାଜ୍ୟ ସ୍ତରୀୟ ବୈଦ୍ୟ ଶିରୋମଣି ସମ୍ମାନ