କାଶୀନଗର ୱାର୍ଡ ସଂଖ୍ୟା ୧୧ ପିଙ୍କ ବୁଥରେ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଚାଲିଛି

0
177
କାଶୀନଗର ୱାର୍ଡ ସଂଖ୍ୟା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୪/୦୩) : ଆଜି ସକାଳୁ ସକାଳୁ କାଶୀନଗର ପୌର ପରିଷଦ କାଶୀନଗର ୱାର୍ଡ ସଂଖ୍ୟା ୧୧ ପିଙ୍କ ବୁଥରେ ଭୋଟ ଦାନ ଆରମ୍ଭ ହୋଇଯାଇଛି । ସକାଳ ୮ ଟା ଠାରୁ ମତଦାନ ଆରମ୍ଭ ହୋଇ ସାନ୍ଧ୍ୟ ୫ ଟା ପର୍ଯ୍ୟନ୍ତ ଚାଲିବ ।

ଅପରାହ୍ନ ୧୨ ଟା ସୁଦ୍ଧା ପ୍ରାୟ ୩୫% ଭୋଟ ଦାନ ସରିଛି ପ୍ରବଳ ଖରା ଓ ଗୁଳି ଗୁଳି ସତ୍ତ୍ୱେ ଲୋକ ମାନେ ଲାଇନ୍ ରେ ଠିଆ ହୋଇ ମତଦାନ ସାବ୍ୟସ୍ତ କରୁଛନ୍ତି ସନ୍ଧ୍ୟା ୫ ଟା ସୁଦ୍ଧା ୭୫ % ଭୋଟ ଦାନ ହେବ ବୋଲି ଅନୁମାନ କରାଯାଉଛି । କାଶୀନଗର ୱାର୍ଡ ସଂଖ୍ୟା ୧୧  ଟିକୁ ପିଙ୍କ ବୁଥ କରାଯାଇଛି । ଏଠାରେ ମହିଳା ମାନେ ନିର୍ବାଚନ ଦାୟିତ୍ଵ ତୁଲାଇ ଛନ୍ତି । ଏହି ୱାର୍ଡରୁ ବିଜେଡ଼ି ତରଫରୁ ଟାଉନ୍ ସଭାପତି ରଘୁ ରାମ ସାହୁ ଓ ବିଜେପି ତରଫରୁ ଡି ରାମ ରାଓ ପ୍ରତିଦ୍ବନ୍ଦିତା କରିଛନ୍ତି । ସେମାନେ ମଧ୍ୟ ପିଙ୍କ ବୁଥ ହୋଇଥିବାରୁ ବେଶ୍ ଖୁସୀ ଅଛନ୍ତି । ଭୋଟର୍ ମାନେ ମଧ୍ୟ ଖୁସି ଥିବା କହିଛନ୍ତି |