ସିଭିଲ ଇଂଜିନିୟର ଚାକିରି ଛାଡ଼ି ସରପଞ୍ଚ ହେଲେ ଏସିଅ ଶଵର

0
150
ସିଭିଲ ଇଂଜିନିୟର

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣୁପୁର, (୨୫/୦୩) : ମନରେ ସମାଜ ସେବା କରିବାର ଜୁନୁନ ଯେ, ଜଣେ ମୋଟା ଅଙ୍କର ଵେତନଧାରି କାର୍ଯ୍ୟରତ ସିଭିଲ ଇଂଜିନିୟର କୁ ବାଧ୍ୟ କରିବ ରାଜନୀତି କରିବାକୁ ଏହା ବିଶ୍ଵାସ ଯୋଗ୍ୟ ନୁହେଁ । କିନ୍ତୁ ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ ଗ୍ରାମ ପଞ୍ଚାୟତରେ ।

ଏସିଅ ଶଵର ଇଞ୍ଜିନିୟର ଚାକିରି ଛାଡ଼ି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବକ କୁ ନିଜ ପଞ୍ଚାୟତ ର ସରପଞ୍ଚ ଭାବେ ପାଇ ପଞ୍ଚାୟତଵାସି ଏକ ସ୍ବାଗତ ସମାରୋହର ଆୟୋଜନ କରିଥିଲେ । ଆଦିବାସୀ ଅଧ୍ୟୁଷିତ ପୁଟାସିଙ୍ଗ ପଞ୍ଚାୟତ ର ଏକ ଚାଷି ପରିବାରରେ ଜନ୍ମଗ୍ରହଣ କରିଥିବା ଏସିଅ ଶଵର ଗୁଣପୁର ଅଞ୍ଚଳରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଭୂଵନେଶ୍ଵର ସ୍ଥିତ କିସ୍ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ଓ ଗୁଣପୁର ଵିଟସ୍ କଲେଜରେ ଡିପ୍ଲୋମା ଓ ଶେଷରେ ରାୟଗଡା ରିତମ୍ ଶିକ୍ଷାନୁଷ୍ଠାନରୁ ସିଭିଲ ଇଂଜିନିୟର ଡିଗ୍ରୀ ହାସଲ କରିଥିଲେ ।bn ସିଭିଲ ଇଂଜିନିୟର ଚାକିରି ଛାଡ଼ି ସରପଞ୍ଚ ହେଲେ ଏସିଅ ଶଵର

ଶିକ୍ଷା ସମାପ୍ତ ପରେ ମାଲକାନଗିରି ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଵିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପିଲାଟି ଦିନରୁ ଜନସେଵା କରିବା ଇଛା ଶେଷରେ ଚାକିରି ଛାଡ଼ି ନିଜ ଜନ୍ମମାଟିକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଗାଁ କୁ ଫେରି ପ୍ରଥମେ ” ପରିବର୍ତ୍ତନ” ନାମରେ ଏକ ଟ୍ରଷ୍ଟ୍ ଗଠନ କରି ଦିନ ଦରିଦ୍ରଙ୍କ ସେଵା ଆରମ୍ଭ କରିଥିଲେ । ଲକ୍ଷ ଥିଲା ଗରିବ ନିଷ୍ପେସିତ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଶିକ୍ଷା , ଚିକିତ୍ସା , ଆର୍ଥିକ ଓ ବହୁବିଧ ଉନ୍ନତି କରି ନିଜ ଅଞ୍ଚଳର ବିକାଶ କରିବା । ଶେଷରେ ପଞ୍ଚାୟତବାସିଙ୍କ ଅନୁରୋଧ କ୍ରମେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଏସିଅ ଶଵର ।

ଏହି ଵିଜୟର ଶ୍ରେୟ ଏସିଅ , ପଞ୍ଚାୟତ ବାସୀଙ୍କୁ ଦେଇଥିବା ବେଳେ ଆଜୀଵନ ଜନସାଧାରଣଙ୍କ ସେଵାରେ ନିଜକୁ ନିୟୋଜିତ କରିଵେ ଵୋଲି କହିଛନ୍ତି । ଏବଂ ସରକାରଙ୍କ ଯୋଜନା ଗୁଡିକରେ ଲୋକମାନଙ୍କୁ ସାମିଲ କରିବା ଦିଗରେ ପ୍ରାଥମିକତା ଦେଵେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନିଜ ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତରେ ପରିଣତ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ ଭିକ୍ଷା କରିଛନ୍ତି । ତେବେ ଏହି ଯୁବ ସରପଞ୍ଚ ଏସିଅ ଶଵର ନିଜ ରାଜନୀତି କ୍ଷେତ୍ରରେ କେତେ ସଫଳ ହେଉଛନ୍ତି ଓ ଏହି ବଅବହେଳିତ ନିଷ୍ପେସିତ ଆଦିବାସୀ ମାନେ କେବେ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ଦେଖିବାକୁ ବାକି ରହିଲା ।