ରାୟଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ

0
148
ରାୟଗଡ ଜିଲ୍ଲା ପରିଷଦ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୨୫/୦୩) : ରାୟଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ଆଦେଶ ମୁତାବକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ ଅଧ୍ୟକ୍ଷତାରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏଥିରେ ରାୟଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମୁନିଗୁଡା ବ୍ଲକର କ ଜୋନ ର ଜିଲା ପରିଷଦ ସଭ୍ୟ ଶ୍ରୀ ସନ୍ତୋଷ ସୁନା ଏକମାତ୍ର ଵ୍ୟକ୍ତି ଯିଏକି ନାମାଙ୍କନ ଦାଖଲ କରିଥିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ନାମ ସରକାରୀ ଭାବେ ଘୋଷଣା କରିଥିଲେ l

ଉପାଧ୍ୟକ୍ଷ ନିର୍ବାଚନ କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ରାମକୃଷ୍ଣ ଗଣ୍ଡ, ଉପଖଣ୍ଡ ପଂଚାୟତ ଅଧିକାରୀ ସୂର୍ଯ୍ୟନାରାୟଣ ମହାରଣା, ବଡ଼ବାବୁ ଅରୁଣ କୁମାର ପାଢୀ, ବରିଷ୍ଠ ରାଜସ୍ୱ ସହାୟକ ସୂର୍ଯ୍ୟନାରାୟଣ ନାୟକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।